Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଦ୍ୱାର ରୂପା ଛାଉଣୀ, ଆଜି ଦ୍ଵିତୀୟ ବୈଠକ

ପୁରୀ: ଶ୍ରୀମନ୍ଦିରର ୮ଟି ଦ୍ବାରାରେ ରୂପା ଛାଉଣୀ କରାଯିବ। ଏ ନେଇ ଆଜି ଅପରାହ୍ନ ୪ଟାରେ ନୀଳାଦ୍ରି ଭକ୍ତ ନିବାସରେ ଦ୍ଵିତୀୟ ବୈଠକ ବସିବ। ଗତମାସ ୨୭ ତାରିଖରେ ବସିଥିବା ବୈଠକରେ କାଠ ଡିଜାଇନ ଚୂଡାନ୍ତ ହୋଇଥିଲେ ହେଁ ରୂପା ଆସ୍ତରଣ ଡିଜାଇନ ଚୂଡାନ୍ତ ହୋଇନଥିଲା। ରୂପା ଛାଉଣୀ ନେଇ ଉତ୍କଳୀୟ ପରମ୍ପରାକୁ ନଜର ରଖି ସ୍ୱତନ୍ତ୍ର ଡିଜାଇନ ପ୍ରସ୍ତୁତ କରିବା ପାଇଁ ବୈଠକରେ ଆଲୋଚନା ହେବ।

୬ ଜଣ କୁଶଳୀ କାରିଗର ଏହି ଡିଜାଇନ ପ୍ରସ୍ତୁତ କରିଛନ୍ତି । ଆଜି ଏହି ଡିଜାଇନକୁ ବୈଠକରେ ଅନୁମୋଦିତ କରାଯାଇପାର। ଉଲ୍ଲେଖଯୋଗ୍ୟ ଯେ, ପାଖାପାଖି ୨୫ଶହ କିଲୋ ରୂପାରେ ମହା ପ୍ରଭୁ ଜଗନ୍ନାଥଙ୍କ ବଡ ଦେଉଳର ୮ଟି ଦ୍ୱାର ଛାଉଣୀ ହେବ। ମୁମ୍ବାଇର ବଦାନ୍ୟ ଦାତା ନିଜ ଖର୍ଚ୍ଚ ଓ ଅଭିଜ୍ଞ କାରିଗରଙ୍କ ଦ୍ବାରା ଏହି କାର୍ଯ୍ୟ ହେବ।

ପ୍ରଥମେ ପରୀକ୍ଷାମୂଳକ ଭାବେ ସାତପାହାଚ ଦ୍ଵାରରେ ରୂପା ଛାଉଣୀ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତାବର୍ଷ ରଥଯାତ୍ରା ସମୟରେ କଳାହାଟ, ଜୟବିଜୟ ଓ ବେହରଣ ଦ୍ଵାରକୁ ରୂପା ଛାଉଣୀ କରାଯିବ। ଏହାପରେ ମା’ ମହାଲକ୍ଷ୍ମୀ, ମା’ ବିମଳା, ନୃସିଂହ ମନ୍ଦିର ଭଳି ୧୧ଟି ଦ୍ଵାରକୁ ରୂପା ଛାଉଣୀ ପାଇଁ ପ୍ରଥମ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା।

Comments are closed.