Odisha Link
Bridging the Missing Links in Odisha

କଟକ କାଳୀପୂଜାକୁ ନେଇ କଟକଣା ଜାରି

କଟକ: କଟକରେ ଦୁର୍ଗା ପୂଜା ଭଳି କରୋନା କଟକଣା ଭିତରେ ଆୟୋଜିତ ହେବ କାଳୀ ପୂଜା। କଟକ କାଳୀପୂଜାକୁ ନେଇ କଟକଣା ଜାରି କରିଛନ୍ତି ଡିସିପି ପ୍ରତୀକ ସିଂ। କଟକରେ କାଳୀପୂଜାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡିସିପି। ସେ କହିଛନ୍ତି ଯେ, ପୂଜା ବେଳେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୫୦ ଅଫିସର ମୁତୟନ ହେବେ। ଏଥିସହ ୧୧ଟି ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ।

ଦୀପାବଳୀରେ ବାଣ ଫୁଟାରେ କଟକଣା ଲାଗିଥିବାରୁ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଛି। ପୋଲିସ ପାଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ ହେବ। ଏସଆରସିଙ୍କ ଗାଇଡଲାଇନ୍ ଅନୁଯାୟୀ କଟକରେ କାଳୀପୂଜା ହେବ।

Comments are closed.