Odisha Link
Bridging the Missing Links in Odisha

ଟ୍ରମ୍ପଙ୍କ ଜିଦି ପାଇଁ ପରିବାରରେ ଫାଟ!

ଓ୍ବାଶିଂଟନ୍: ଆମେରିକାରେ ସରିଛି ରାଷ୍ଟ୍ରପତି ନିର୍ବାଚନ। ହେଲେ ଫଳାଫଳକୁ ନେଇ ଖୁସି ନାହାନ୍ତି ଡ୍ରୋନାଲ୍ଡ ଟ୍ରମ୍ପ୍। ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ। ଅନ୍ୟପଟେ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଦ୍ବିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଭାବେ ଦେଖିବା ଲାଗି ପାଖାପାଖି ୭ କୋଟି ଭୋଟର ଚାହୁଥିବା ବେଳେ ତାଙ୍କ ସ୍ଥାନରେ ଡେମୋକ୍ରାଟିକ୍‌ ଦଳର ଜୋ ବାଇଡେନ୍‌ ଓ ଉପରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ ଇତିହାସ ରଚିଛନ୍ତି। ବାଇଡେନ ୨୭୯ ଇଲେକ୍ଟୋରାଟ୍‌ ଭୋଟ୍‌ ହାସଲ କରିଥିବା ବେଳେ ଟ୍ରମ୍ପ୍‌ ୨୧୪ ଭୋଟ୍‌ ପାଇଛନ୍ତି। ଏଥିସହିତ ଜୋ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

ଅପରପକ୍ଷେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ଡୋନାଲ୍ଡୋ ଟ୍ରମ୍ପ୍‌ ନିଜ ପରାଜୟକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି। ଯାହା ଫଳରେ ତାଙ୍କ ପରିବାରରେ ଫାଟ ସୃଷ୍ଟି ହେବାର ଦେଖିବାକୁ ମିଳିଛି। ଟ୍ରମ୍ପଙ୍କ ପରିବାରର ବହୁ ସଦସ୍ୟଙ୍କୁ ଲାଗୁଛି ଏବେ ତାଙ୍କୁ ଏହି ଜିଦି ଛାଡିଦବା ଦରକାର। ଟ୍ରମ୍ପଙ୍କ ଜ୍ବାଇ ଜେରେଡ୍ କୁଶନର, ଝିଅ ଇଭାଙ୍କା ଓ ତାଙ୍କ ପତ୍ନୀ ମେଲାନିଆ ଚାହାନ୍ତି ଟ୍ରମ୍ପ ନିଜର ପରାଜୟ ସ୍ବୀକାର କରନ୍ତୁ। ଏବରିକି ତାଙ୍କ ଜ୍ବାଇ କୁଶନର ଟ୍ରମ୍ପଙ୍କୁ ମନାଇବା ପାଇଁ ହ୍ବାଇଟ ହାଉସ ମଧ୍ୟ ଯାଇଥିଲେ, କିନ୍ତୁ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା। ଟ୍ରମ୍ପ ଏହି ମାମଲାରେ କିଛି ବି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ବୋଲି କୁଶନର କହିଛନ୍ତି।

ଏହା ମଧ୍ୟ କୁହାଯାଉଛି ଯେ, ଝିଅ ଇଭାଙ୍କା ମଧ୍ୟ ତାଙ୍କ ବାପାଙ୍କର ଜିଦିଆ ସ୍ବଭାବକୁ ନେଇ ଅସନ୍ତୁଷ୍ଟ ଅଛନ୍ତି, ହେଲେ ତାଙ୍କର ଭାଇମାନେ ବାପାଙ୍କୁ ସମର୍ଥନ କରୁଛନ୍ତି। ଡୋନାଲ୍ଡୋ ଜୁନିୟର ଓ ଏରିକ୍ ତାଙ୍କ ସହଯୋଗୀଙ୍କୁ କହିଛନ୍ତି ଯେ, ପରିଣାମ ସ୍ବୀକାର କରନ୍ତୁ ନାହିଁ ଓ ଚାପ ରଖିବା ଜାରି ରଖନ୍ତୁ। କହିବାକୁ ଗଲେ ନିର୍ବାଚନ ଫଳାଫଳକୁ ନେଇ ଟ୍ରମ୍ପ ପରିବାର ଦୁଇ ଭାଗରେ ବିଭାଜିତ ହୋଇଯାଇଛନ୍ତି।

ସୂଚନାଥାଉକି ଟ୍ରମ୍ପ ଆରମ୍ଭରୁ କହୁଛନ୍ତି ଯେ, ନିର୍ବାଚନରେ ବଡ଼ ଧରଣର ​ ଠକାମି ହୋଇଛି। ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ଆଇନଗତ ବିକଳ୍ପର ସାହାରାରେ ଏହି ଲଢେଇ କରିବେ। ଟ୍ରମ୍ପଙ୍କ ଦୁଇ ପୁଅ ମଧ୍ୟ ଏହି ମାମଲାରେ ତାଙ୍କ ଭଳି ସମାନ କଥା କହୁଛନ୍ତି। ଏହି କାରଣରୁ ଟ୍ରମ୍ପ ଅନ୍ୟ କାହା କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ସେଭଳି ଟ୍ରମ୍ପ ଆଇନଗତ ଲଢେଇ ପାଇଁ ଫଣ୍ଡ ଏକାଠି କରିବା ଆରମ୍ଭ କରି ଦେଇଛନ୍ତି।

Comments are closed.