Odisha Link
Bridging the Missing Links in Odisha

ମହିଳା ଟି-୨୦ ଚ୍ୟାଲେଞ୍ଜ: ଆଜି ଫାଇନାଲ, ସୁପରନୋଭାସ୍‌ ଓ ଟ୍ରେଲ୍‌ବ୍ଲେଜର୍ସ ମଧ୍ୟରେ ହେବ କଡ଼ା ଟକ୍କର

ଶାରଜା: ଆଜି ଶାରଜାରେ ହେବ ମହିଳା ଟି-୨୦ ଚ୍ୟାଲେଞ୍ଜର ଫାଇନାଲ ମୁକାବିଲା। ଡିଫେଣ୍ଡିଂ ଚାମ୍ପିଅନ୍‌ ସୁପରନୋଭାସ୍‌ ଓ ଟ୍ରେଲ୍‌ବ୍ଲେଜର୍ସ ମଧ୍ୟରେ ହେବ କଡ଼ା ଟକ୍କର। ସୁପରନୋଭାସ୍‌ ହ୍ୟାଟ୍ରିକ୍‌ ଟାଇଟଲ୍‌ ଲକ୍ଷ୍ୟରେ ରହିଛି। ଅନ୍ୟ ପଟରେ ଟ୍ରେଲବ୍ଲେଜର୍ସ ପ୍ରଥମ ଥର ଚାମ୍ପିଅନ୍‌ ହେବା ନେଇ ଜୋରଦାର ପ୍ରସ୍ତୁତି କରିଛି।

ସୁପରନୋଭାସ୍‌ ୨୦୧୮ ଓ ୨୦୧୯ ସଂସ୍କରଣରେ ଚାମ୍ପିଅନ୍‌ ହୋଇଥିଲା। ୨୦୧୮ରେ ସୁପରନୋଭାସ ଓ ଟ୍ରେଲ୍‌ବ୍ଲେଜର୍ସ ମଧ୍ୟରେ ଗୋଟିଏ ମ୍ୟାଚ୍‌ ଖେଳାଯାଇ ଥିବାବେଳେ ଏଥିରେ ସୁପରନୋଭାସ୍‌ ୩ ୱିକେଟ୍‌ରେ ବିଜୟ ହାସଲ କରିଥିଲା। ୨୦୧୯ରେ ଭେଲୋସିଟି ତୃତୀୟ ଦଳ ଭାବେ ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ ଖେଳିଥିଲା। ଫାଇନାଲ୍‌ରେ ଭେଲୋସିଟିକୁ ୪ ୱିକେଟ୍‌ରେ ହରାଇ ସୁପରନୋଭାସ ଚାମ୍ପିଅନ୍‌ ହୋଇଥିଲା।

ହର୍ମନପ୍ରୀତ୍‌ କୌରଙ୍କ ନେତୃତ୍ୱାଧିନ ସୁପରନୋଭାସ ରାଉଣ୍ଡ ରବିନ୍‌ ପର୍ଯ୍ୟାୟରେ ୨ଟି ମ୍ୟାଚ୍‌ରୁ ଗୋଟିଏରେ ବିଜୟ ହାସଲ କରିଥିଲା। ଦଳ ଟ୍ରେଲ୍‌ବ୍ଲେଜର୍ସକୁ ୨ରନ୍‌ରେ ହରାଇ ଉନ୍ନତ ରନ୍‌ ରେଟ୍‌ରେ ଫାଇନାଲ୍‌ରେ ପ୍ରବେଶ କରିଥିଲା। ଦଳର ଷ୍ଟାର୍‌ ଓପନର ଚାମରି ଆଟାପଟୁ (୧୧୧ରନ୍‌), ହର୍ମନପ୍ରୀତ୍‌ (୬୨) ଓ ପ୍ରିୟା ପୁନିଆ (୪୧) ଫର୍ମରେ ଥିବାବେଳେ ବୋଲିଂ ବିଭାଗର ପ୍ରଦର୍ଶନ ଶୃଙ୍ଖଳିତ ରହିଛି। ଆଜିର ମ୍ୟାଚ୍‌ରେ ଦୁର୍ଦ୍ଧର୍ଷ ହର୍ମନପ୍ରୀତ୍‌ଙ୍କ ସାମ୍ନାରେ ଟ୍ରେଲବ୍ଲେଜର୍ସ ବୋଲରଙ୍କ ଅସଲ ପରୀକ୍ଷା ହେବ।

ସ୍ମୃତି ମନ୍ଦାନାଙ୍କ ଟ୍ରେଲ୍‌ବ୍ଲେଜର୍ସ ଦଳ ୨ଟି ମ୍ୟାଚ୍‌ରୁ ଗୋଟିଏରେ ବିଜୟ ହାସଲ କରିଥିଲା। ଦଳ ଭେଲୋସିଟିକୁ ୯ ୱିକେଟ୍‌ରେ ପରାସ୍ତ କରିଥିଲା। ଉନ୍ନତ ରନ୍‌ରେଟ୍‌ରେ ଫାଇନାଲ୍‌ରେ ପ୍ରବେଶ କରିଥିଲା। ଫାଇନାଲ୍‌ ମୁକାବିଲାରେ ଆଜି ଷ୍ଟାର୍‌ ଖେଳାଳି ଡିଣ୍ଡ୍ରା ଡଟିନ୍‌, ମନ୍ଦାନା, ଦୀପ୍ତି ଶର୍ମା ଓ ପେସ୍‌ ବୋଲର ସୋଫି ଏକ୍ଲେଷ୍ଟୋନ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଏକ୍ଲେଷ୍ଟୋନ୍‌ ଭେଲୋସିଟି ବିପକ୍ଷ ମ୍ୟାଚ୍‌ରେ ୪ଟି ୱିକେଟ୍‌ ନେଇଥିଲେ।

ସୁପରନୋଭାସ୍‌: ପ୍ରିୟା ପୁନିଆ, ଚାମରି ଆଟାପଟୁ, ହର୍ମନପ୍ରୀତ୍‌ କୌର (ଅଧିନାୟିକା), ଜେମିମା ରୋଡ୍ରିଗ୍ସ, ଶଶିକଳା ସିରିବର୍ଦ୍ଧନେ, ଅନୁଜା ପାଟିଲ୍‌, ରାଧା ଯାଦବ, ତାନିଆ ଭାଟ୍ଟିଆ, ପୁନମ ଯାଦବ, ସକିରା ସେଲମନ୍‌, ଆୟାବୋଙ୍ଗା ଖାକା।

ଟ୍ରେଲ୍‌ବ୍ଲେଜର୍ସ: ଡିଣ୍ଡ୍ରା ଡଟିନ୍‌, ସ୍ମୃତି ମନ୍ଦାନା (ଅଧିନାୟିକା), ରିଚା ଘୋଷ, ଦୀପ୍ତି ଶର୍ମା, ଦୟାବେନ୍‌ ହେମଲତା, ହର୍ଲିନ୍‌ ଦେଓଲ, ସୋଫି ଏକ୍ଲେଷ୍ଟୋନ୍‌, ନଟକାନ୍‌ ଚାନତମ୍‌, ସଲ୍‌ମା ଖାତୁନ୍‌, ରାଜେଶ୍ୱରୀ ଗାଏକୱାଡ଼, ଝୁଲଣ ଗୋସ୍ୱାମୀ।

Comments are closed.