Odisha Link
Bridging the Missing Links in Odisha

ନଭେମ୍ବର ୧୪ରେ ଦୀପାବଳି, ୪୯୯ ବର୍ଷ ପରେ ପଡୁଛି ଅଦ୍ଭୁତ ସଂଯୋଗ

ଓଏଲବ୍ୟୁରୋ: ଆଲୋକର ପର୍ବ ଦୀପାବଳି। ଏହି ଦିନ ଧନଧାତ୍ରୀ ମା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନ କରାଯାଏ। ମା ଲକ୍ଷ୍ମୀଙ୍କ ପାଖେ ପୂଜା କରି ଧନ ବୃଦ୍ଧି, ସମୃଦ୍ଧି ଓ ଶାନ୍ତି ପାଇଁ ପୂଜାର୍ଚ୍ଚନା କରାଯାଏ। ଚଳିତ ବର୍ଷ ଦୀପାବଳିରେ ଏକ ବଡସଂଯୋଗ ହେବାକୁ ଯାଉଛି। ଦୀପାବଳୀ ଓ ନରକ ଚତୁର୍ଦଶୀ( ଛୋଟ ଦୀପାବଳି) ଗୋଟିଏ ଦିନରେ ପଡୁଛି। ଏହି ଦିନ ସକାଳେ ସ୍ନାନ କରିବା ତର୍ପଣ ଓ ସନ୍ଧ୍ୟାରେ ଅଗଣାରେ ଦୀପ ଜଳାଇବା ଓ ଦାନ କରିବାର ବଡ ମହତ୍ବ ରହିଛି।

କୁହାଯାଏ ବୃହସ୍ପତି ଜ୍ଞାନ ଓ ଶନି ଧନ-ସମ୍ପତ୍ତିର କାରକ ବୋଲି। ଦୀପାବଳିରେ ଗୁରୁ-ଶନିର ସ୍ବରାଶି ରହିବା ଫଳରେ ବହୁ ଲୋକଙ୍କ ଭାଗ୍ୟ ଚମକିଥାଏ। ଏହି ଦୀପାବଳି ବହୁ ଶୁଭ ସଙ୍କେତ ନେଇ ଆସିବ।

ଜ୍ୟୋତିଷଙ୍କ ମତରେ ଚଳିତ ବର୍ଷ ଦୀପାବଳି ବୃଷ, କର୍କଟ, ତୁଳା ଓ କୁମ୍ଭ ରାଶିର ଜାତକଙ୍କ ପାଇଁ ଖୁବ୍ ଶୁଭ ସମୟ। ତେବେ ମିଥୁନ, ସିଂହ ଓ କନ୍ୟା ରାଶିର ଜାତକ ଲୋକଙ୍କୁ ଟିକେ ସାବଧାନ ରହିବାକୁ ପଡିବ। ଜ୍ୟୋତିଷଙ୍କ ମତରେ ୧୧ ନଭେମ୍ବରରୁ ୧୪ ନଭେମ୍ବର ପର୍ଯ୍ୟନ୍ତ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ରହିଛି।

ଦୀପାବଳି, ଧନତେରସ ଓ ସର୍ବାର୍ଥ ସିଦ୍ଧି ଯୋଗ ଭିତରେ କିଣାବିକା କରିବା ଅତ୍ୟନ୍ତ ଶୁଭ ରହିବ। ବିଶେଷ ଭାବରେ କୌଣସି ବାହାନ କିଣାବିକା କିମ୍ବା ବେପାରର ଶୁଭାରମ୍ଭ ପାଇଁ ଏହି ସମୟ ଖୁବ୍ ଭଲ ରହିବ।

Comments are closed.