Odisha Link
Bridging the Missing Links in Odisha

କାଲି ସକାଳ ୮ଟାରୁ ଭୋଟ୍ ଗଣତି: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଆସନ୍ତାକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଆସନ ପାଇଁ ଭୋଟ ଗଣତି କରାଯିବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୁଶିଲ ଲୋହାନୀ ସୂଚନା ଦେଇ କହିଛନ୍ତି ଯେ, ଭୋଟ ଗଣତି ସକାଳ ୮ଟାରେ ଆରମ୍ଭ କରାଯିବ। କୋଭିଡ କଟକଣା ନେଇ ଟେବୁଲ ସଂଖ୍ୟା ହ୍ରାସ କରାଯାଇଛି। ୨ଟି ହଲରେ ୭ଟି ଲେଖାଏଁ ମୋଟ ୧୪ଟି ଗଣତି ଟେବୁଲ ରଖାଯିବ। ତୃତୀୟ ହଲରେ ପୋଷ୍ଟାଲ ବାଲାଟ ଗଣତି କରାଯିବ।

ତେବେ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରେଜଲ୍ଟ ପ୍ରଦର୍ଶନ ପାଇଁ କ୍ୟାମେରା ଡିସପ୍ଲେ ବ୍ୟବସ୍ଥା କରାଯାଇଛି। ଗଣତି ପରେ ଭିଭିପାଟ ଗଣତି ବ୍ୟବସ୍ଥା କରାଯାଇଛି। ୫ଟି ବୁଥର ଭିଭିପାଟ ସ୍ଲିପ ଗଣତି କରାଯିବ। ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବୁଥ ସଂଖା ବଢିଥିବାରୁ ଗଣତି ସରିବାକୁ ଅଧିକ ସମୟ ଲାଗିପାରେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ସୂଚନା ଦେଇଛନ୍ତି।

Comments are closed.