Odisha Link
Bridging the Missing Links in Odisha

ମନ୍ଦିର ଖୋଲାବା ନେଇ ଦୈନିକ ୯ ମିନିଟ୍ ଘଣ୍ଟ ପ୍ରତିବାଦ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଜୀବନ ଯାତ୍ରା ଧୀରେ ଧୀରେ ସ୍ୱାଭାବିକ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମନ୍ଦିର ଖୋଲିବାକୁ ଅନୁମତି ମିଳିନାହିଁ। ମନ୍ଦିର ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଉଥିବା ପରିବାରମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଭକ୍ତମାନେ ମଧ୍ୟ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ମନ୍ଦିର ଖୋଲିବା ଦାବିରେ ସେବାୟତମାନେ ଆନ୍ଦାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଆସନ୍ତା ୧୧ ତାରିଖରୁ ସବୁ ମନ୍ଦିର ଆଗରେ ଘଣ୍ଟ ବାଡେ଼ଇବା ପାଇଁ ସେବାୟତମାନେ ନିଷ୍ପତ୍ତି ନେଇଛନ୍ତି।

ଦୈନିକ ସକାଳ ୯ରୁ ୯ମିନିଟ ଯାଏଁ ସେବାୟତମାନେ ଘଣ୍ଟ ବାଡେ଼ଇ ମନ୍ଦିର ଖୋଲିବା ନେଇ ପ୍ରତିବାଦ କରିବେ। ଏଥିସହ ଆସନ୍ତା ୨୦ରେ ବିଧାନସଭା ଆଗରେ ବିକ୍ଷୋଭ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏଭଳି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ମନ୍ଦିର ସେବାୟତ ସଂଘ ସଭାପତି କାମେଶ୍ୱର ତ୍ରିପାଠୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ବାରମ୍ବାର ସରକାରଙ୍କୁ ନିବେଦନ ଓ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ମଧ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତିକୁ ଝୁଲାଇ ରଖିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନଚସାରେ ଜୁନ ୮ ତାରିଖରୁ ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲାଯାଇଥିଲେ ହେଁ ରାଜ୍ୟରେ ଏ ପର୍ଯ୍ୟନ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିଛି।

Comments are closed.