Odisha Link
Bridging the Missing Links in Odisha

ଡ୍ରଗ୍ସ ଲିଙ୍କ୍: ଅର୍ଜୁନ ରାମପାଲଙ୍କ ଘରେ ଏନସିବିର ଚଢାଉ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ବଲିଉଡରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ସାମ୍ନକୁ ଆସିଥିଲା। ଡ୍ରଗ୍ସ ଲିଙ୍କ୍‌ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଖୋଳତାଡ଼ ଜାରି ରଖିଛି। ଆଜି ଏନସିବି ଏକ ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢାଉ କରିଛି ଏନସିବି।

ଅର୍ଜୁନଙ୍କ ମୁମ୍ବାଇ ସ୍ଥିତ ଘରେ ଚଢାଉ କରିବା ସହ ଅଫିସରରେ ସର୍ଚ୍ଚ ଅପରେସନ ଜାରି ରଖିଛି ଏନସିବି। ଏନସିବିରୁ ମିଳିଥିବା ସୂଚନା ମୁତାବକ, ଅର୍ଜୁନ ରାମପାଲଙ୍କ ଡ୍ରାଇଭରକୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଏନସିବି ଫିଲ୍ମ ନିର୍ମାତା ଫିରୋଜ ନାଦିୱାଦୱାଲାଙ୍କ ପତ୍ନୀଙ୍କୁ ନିଶା କାରବାର ଓ ବ୍ୟବହାର ଅଭିଯୋଗରେ ଗିରଫ କରିଛି। ଯାଞ୍ଚ ବେଳେ ଫିରୋଜଙ୍କ ଘରୁ ଡ଼୍ରଗ୍ସ ଜବତ କରିଥିଲା ଏନସିବି।

Comments are closed.