Odisha Link
Bridging the Missing Links in Odisha

ରାଜ୍ୟରେ ପ୍ରଚଣ୍ଡ ତାତି; ୧୦ ଜିଲ୍ଲାକୁ ରେଡ୍ ଆଲର୍ଟ

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ଡ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନିବର୍ଷା। ଆଜିବି ଅସହ୍ୟ ତାତି ଅନୁଭୂତ ହେଉଛି। ଉପକୂଳ ଠାରୁ ଉପାନ୍ତ ଯାଏଁ ଲାଗି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ପାଣିପାଗ ବିଭାଗ ଅନୁସାରେ, ଏବେ ତାତିରୁ ମିଳିବନି ଆଶ୍ୱସ୍ତି। ତାତିକୁ ନଜରରେ ରଖି ୧୦ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ଅନୁଗୁଳ ଓ କଟକକୁ ସତର୍କ ରହିବାକୁ ସୂଚନା ଜାରି ହୋଇଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଜି ସକାଳ ୮ଟା ୩୦ ସୁଦ୍ଧା ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିଭଳି ଦିନ ୧୧.୩୦ ସୁଦ୍ଧା ବାଲେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସକାଳ ୮ଟା ୩୦ ସୁଦ୍ଧା ବାରିପଦାରେ ୩୬ ଡିଗ୍ରୀ, ବାଲେଶ୍ୱରରେ ୩୬ ଡିଗ୍ରୀ, ମାଲକାନଗିରିରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। କେନ୍ଦୁଝରରେ ୩୫ ଡିଗ୍ରୀ, ଭୁବନେଶ୍ୱରରେ ୩୩.୮ଡିଗ୍ରୀ, ଜଗତସିଂହପୁରରେ ୩୩.୪ ଡିଗ୍ରୀ, ଅନୁଗୁଳରେ ୩୩ ଡିଗ୍ରୀ, ବୌଦ୍ଧରେ ୩୩ ଡିଗ୍ରୀ, ଟିଟଲାଗଡରେ ୩୩ ଡିଗ୍ରୀ, କଟକରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Leave A Reply

Your email address will not be published.