Odisha Link
Bridging the Missing Links in Odisha

ଫେଲ୍‌ ମାରିଲା ବେଣୁ ମଉସାଙ୍କ କେଟଲି

ବାଲେଶ୍ବର: ଆଜି ପ୍ରକାଶ ପାଇବ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଫଳାଫଳ। ଏଥିପାଇଁ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା। ଏହାରି ମଧ୍ୟରେ ଉଭୟ ଉପନିର୍ବାଚନୀ କ୍ଷେତ୍ରରେ ୨୦ ରାଉଣ୍ଡ ଭୋଟ ଗଣତି ସରିଲାଣି। ୨୦ ରାଉଣ୍ଡ ସୁଦ୍ଧା ଉଭୟ ଉପନିର୍ବାଚନ ମଣ୍ଡଳୀରେ ଶାସକ ବିଜୁ ଜନତା ଦଳ ଆଗରେ ରହିଛି।

ବାଲେଶ୍ବର ସଦରରେ ବିଜେପି ପାର୍ଥୀ ମାନସ ଦତ୍ତଙ୍କୁ କଡା ଟକ୍କର ଦେଇ ଆଗରେ ରହିଛନ୍ତି ବିଜୁ ଜନତା ଦଳର ପାର୍ଥୀ ସୁରୂପ ଦାସ। ଏହାରି ମଧ୍ୟରେ ପଛରେ ପଡ଼ିଯାଇଛନ୍ତି ଚର୍ଚ୍ଚାରେ ଥିବା ସ୍ବାଧୀନ ପାର୍ଥୀ ବେଣୁ ମଉସା। ୯୦ ବର୍ଷ ବୟସରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଚର୍ଚ୍ଚାରେ ଥିଲେ ବେଣୁ ମଉସା। ମାତ୍ର ତାଙ୍କର କେଟଲି ଫଣ୍ଡା ଫେଲ୍‌ ମାରିଛି। ବାଲେଶ୍ୱର ଉପନିର୍ବାଚନ ଭୋଟ ଗଣତିର ୨୧ ରାଉଣ୍ଡ ଶେଷ ସୁଦ୍ଧା ତାଙ୍କୁ ମାତ୍ର ୧ ହଜାର ୧୧୪ ଖଣ୍ଡ ଭୋଟ ମିଳିଛି। ଯାହା ଅତ୍ୟନ୍ତ ନୈରାଶ୍ୟ ଜନକ।

ପ୍ରକାଶଯେ, ରାଜନୌତିକ ସମୀକ୍ଷକ ମାନେ କହୁଥିଲେ ବେଣୁମଉସା ଏକା କି ଫ୍ୟାକ୍ଟର ସାଜିବେ। ନିର୍ବାଚନୀ ପ୍ରଚାର ବେଳେ ସାଇକେଲ, ଘୋଡାଗାଡି, ରିକ୍ସା ଏବଂ ପରେ ମର୍ସଡିଜରେ ପ୍ରଚାର କରି ବେଣୁ ମେଉସା ବେଶ୍ ଚର୍ଚ୍ଚା ସାଉଁଟିଥିଲେ। ଏଥିସହିତ ଓଡ଼ିଆ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ।

Comments are closed.