Odisha Link
Bridging the Missing Links in Odisha

ଘରକୁ ଫେରିଲେ ଅପହୃତ ଶିଳ୍ପପତି ପ୍ରଦୀପ କୁଣ୍ଡୁ

ରାଉରକେଲା: ଘରକୁ ଫେରିଲେ ବୀରମିତ୍ରପୁର ଷ୍ଟେସନ କଲୋନୀରେ ରହୁଥିବା ଶିଳ୍ପପତି ପ୍ରଦୀପ କୁଣ୍ଡୁ। ଗତ ୭ ତାରିଖ ରାତି ସାଢ଼େ ୭ଟା ସମୟରେ ୧୪୩ ନମ୍ବର ଜାତୀୟ ରାଜପଥରୁ ଅପହରଣ ହୋଇଥିଲେ କୁଣ୍ଡୁ। ତାଙ୍କ ଅପହରଣର ୫ଦିନ ପରେ ଘରକୁ ଫେରିଲେ ଶିଳ୍ପପତି ପ୍ରଦୀପ କୁଣ୍ଡୁ। ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସିଭିନଲ୍‌ ଟାଉନସ୍ଥିତ ଘରେ ପହଞ୍ଚିଲେ  ପ୍ରଦୀପ କୁଣ୍ଡୁ। ଏନେଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଅପହରଣ ହୋଇଥିଲେ, ସେନେଇ  ତନାଘନା ଚାଲିଛି। ଶିଳ୍ପପତିଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ ହୋଇଥିଲେ ୬ଟି ପୁଲିସ୍‌ ଟିମ୍।

ସୂଚନାଥାଉକି, କୁଆରମୁଣ୍ଡା ସ୍ଥିତ ବିଜାବାହାଲରେ ଥିବା ଷ୍ଟୋନ କ୍ରସରକୁ ଶ୍ରୀକୁଣ୍ଡୁ ଗତ ୭ ତାରିଖ ଦିନ ଆସିଥିଲେ। ରାତି ସାଢ଼େ ୭ଟା ସମୟରେ ସେ କାର ଯୋଗେ ଘରକୁ ଫେରୁଥିବା ବେଳେ ରାସ୍ତାରୁ ତାଙ୍କୁ ଅପହରଣ କରି ନିଆଯାଇଥିଲା। ଅପହର୍ତ୍ତାମାନେ ତହିଁ ଆର ଦିନ ଶିଳ୍ପପତିଙ୍କ ପତ୍ନୀଙ୍କୁ ଫୋନ କରି କୋଟିଏ ଟଙ୍କା ଦେବାକୁ ଦାବି କରିଥିଲେ। ତେବେ ଶ୍ରୀକୁଣ୍ଡୁଙ୍କୁ ଉଦ୍ଧାର କରିବା ଲାଗି ପ୍ରଥମେ ଦୁଇଟି ପୁଲିସ୍‌ ଟିମ୍‌ ଗଠନ କରାଯାଇଥିଲା।

ଗୋଟିଏ ଟିମ୍‌ ଝାଡଖଣ୍ଡକୁ ଯାଇଥିବା ବେଳେ ଅନ୍ୟ ଗୋଟିଏ ଟିମ ସ୍ଥାନୀୟ ଅଞ୍ଚଳରେ ଛାନ୍‌ଭିନ ଚଳାଇଥିଲେ। ମାତ୍ର ତାଙ୍କ କୌଣସି ପତ୍ତା ମିଳିଲା ନାହିଁ। ଏହା ପରେ ଏସ୍‌ପି ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ଆଉ ୪ଟି ଟିମ୍‌ ଗଠନ କରାଯାଇଥିଲା।

Comments are closed.