Odisha Link
Bridging the Missing Links in Odisha

ଆଜି ଧନତେରାସ୍, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ସବୁ କାମ…

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଧନତେରାସ୍। ଧନତେରାସ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ପାଳନ କରାଯାଇଥାଏ। ଧନତେରାସ ପର୍ବ ଧନ ଏବଂ ଆରୋଗ୍ୟ ସହ ଜଡ଼ିତ। ଧନତେରାସରେ ସୁନା କିଣିଲେ ଶୁଭ ଓ ଧନ ୧୩ ଗୁଣା ବୃଦ୍ଧି ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଚଳିତ ବର୍ଷ ନଭେମ୍ବର ୧୨ ରାତି ୯.୩୦ରୁ ପର ଦିନ ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ ଯାଏଁ ଧନତେରାସ ପାଳନ କରାଯିବ।

ଧନତେରାସରେ ଧନ ପାଇଁ ଏହି ଦିନ କୁବେର ପୂଜା କରାଯାଇଥାଏ ଏବଂ ଆରୋଗ୍ୟ ପାଇଁ ଧନ୍ବନ୍ତରୀ ପୂଜା କରାଯାଇଥାଏ। ଏହି ଦିନ ମୂଲ୍ୟବାନ ଧାତୁ,ନୂଆ ବାସନ ଏବଂ ଆଭୂଷଣ କିଣାକିଣିର ବିଧାନ ରହିଛି।

ଧନତେରାସ୍‌ରେ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ସବୁ କାମ। ନଚେତ୍‌ ବହିବାରେ ମହଙ୍ଗା।

– ଯଦି ଆପଣ ଧନତେରାସରେ କେବଳ କୁବେର ପୂଜା କରୁଛନ୍ତି ତେବେ ଏହି ଭୁଲ୍ କରନ୍ତୁ ନାହିଁ। କୁବେର ସହ ମାଆ ଲକ୍ଷ୍ମୀ ଏବଂ ଭଗବାନ ଧନ୍ବନ୍ତରୀ ପୂଜା ମଧ୍ୟ ନିଶ୍ଚୟ କରନ୍ତୁ ନଚେତ୍ ପୂରା ବର୍ଷ ରୋଗଗ୍ରସ୍ତ ରହିବେ।

– ଧନତେରାସ ପୂର୍ବରୁ ହିଁ ଘରର କୋଣକୁ ସଫା କରି ନିଅନ୍ତୁ। ଯଦି ଘରେ ଅସନା କିମ୍ବା ଖରାପ ଜିନିଷ ପଡ଼ିଥାଏ ତେବେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିନଥାଏ। ଏପରି ଜିନିଷ ବାହାର କରି ଦିଅନ୍ତୁ।

– ଘରର ମୁଖ୍ୟ ଦ୍ବାର କିମ୍ବା ମୁଖ୍ୟ କକ୍ଷ ସାମନାରେ ଅଳିଆ ବସ୍ତୁ ରଖନ୍ତୁ ନାହିଁ। କୁହାଯାଏ ଯେ ଘରର ମୁଖ୍ୟ ଦ୍ବାର ଜରିଆରେ ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଏଥିପାଇଁ ଏହି ସ୍ଥାନ ସବୁବେଳେ ସଫା ସୁତୁରା ରଖିବା ଆବଶ୍ୟକ।

– ଧନତେରାସ୍‌ରେ ଲୁହାରେ ପ୍ରସ୍ତୁତ ଜିନିଷ, ଷ୍ଟିଲ ବାସନ, କାଚ ତିଆରି ଜିନିଷ ଆଦି କିଣନ୍ତୁ ନାହିଁ।

– ବିଶ୍ବାସ ରହିଛି ଯେ, ଧନତେରାସ ଦିନ ସୁନା ଚାନ୍ଦି କୌଣସି ଜିନିଷ କିମ୍ବା ନୂଆ ବାସନ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଧନତେରାସ ଦିନ କାହାକୁ ବି ଉଧାର ଦିଅନ୍ତୁ ନାହିଁ। ଏହି ଦିନ ନିଜ ଘରୁ ମାଆ ଲକ୍ଷ୍ମୀଙ୍କ ପ୍ରବାହ ବାହାର ହେବାକୁ ଦିଅନ୍ତୁ ନାହିଁ। ଏପରି କରିବା ଦ୍ବାରା ଆପଣଙ୍କ ଉପରେ ଦେୟ ଏବଂ କରଜର ଭାର ବଢ଼ିପାରେ।

– ଏହି ଦିନ ନକଲି ମୂର୍ତ୍ତି ପୂଜା କରନ୍ତୁ ନାହିଁ। ସୁନା,ଚାନ୍ଦି କିମ୍ବା ମାଟି ନିର୍ମିତ ମା ଲକ୍ଷ୍ମୀଙ୍କ ମୂର୍ତ୍ତର ପୂଜା କରନ୍ତୁ। ସ୍ବସ୍ତିକ ଏବଂ ଓଁ ଭଳି ପ୍ରତୀକକୁ କୁମକୁମ୍,ହଳଦୀ କିମ୍ବା କୌଣସି ଶୁଭ ଜିନିଷରେ ବନାନ୍ତୁ।

Comments are closed.