Odisha Link
Bridging the Missing Links in Odisha

ଦିପୋତ୍ସବରେ ଝଲସିବ ଅଯୋଧ୍ୟା

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ପାଳନ କରାଯିବ ଭବ୍ୟ ଦିପୋତ୍ସବ। ଏହି ଦିପୋତ୍ସବରେ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳନ କରାଯିବ। ଅଯୋଧ୍ୟାବାସୀ ଏହି ଦିପୋତ୍ସବ ପାଇଁ ଖୁବ ଉତ୍ସାହିତ ରହିଥାନ୍ତି। ଭବ୍ୟ ଦିପୋତ୍ସବର ପାଇଁ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା ନଗରୀ।

ଆଜି ସକାଳ ୧୦ଟାରେ ସାକେତ ମହାବିଦ୍ୟାଳୟରୁ ଭଗବାନ ରାମଙ୍କ ଜୀବନ ଉପରେ ଆଧାରିତ ଏଗାରଟି ରଥକୁ ଏକାସାଙ୍ଗରେ ବାହାର କରାଯିବ। ଏହି ରଥ ଉପରେ ଭଗବାନ ରାମଙ୍କ ଜୀବନ ଉପରେ ଆଧାରିତ ଭିନ୍ନ ଭିନ୍ନ ପ୍ରକାରର ପ୍ରଦର୍ଶନୀ କରାଯାଇଛି। ପ୍ରଦର୍ଶନୀ ସାକେତ ମହାବିଦ୍ୟାଳୟରୁ ଆରମ୍ଭ ହୋଇ ନୂଆ ଘାଟରେ ଥିବା ରାମଙ୍କ ପୈଡ଼ୀ ପର୍ଯ୍ୟନ୍ତ ଯିବ।

ଦ୍ୱିପ୍ରହର ୩ଟାରେ ମୁଖ୍ୟମନ୍ତ୍ରା ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ୩ଟା ବାଜି ୧୦ ମିନିଟରେ ସେ ରାମ ଜନ୍ମଭୂମି ସ୍ଥଳରେ ପହଞ୍ଚିବେ ଏବଂ ରାମ ଲଲ୍ଲାଙ୍କ ଦର୍ଶନ କରି ଦୀପ ପ୍ରଜ୍ୱଳନ କରିବେ। ଜନ୍ମଭୂମି ସ୍ଥଳରେ ମଧ୍ୟ ୧୧ ହଜାର ଦୀପ ଜଳାଯିବ। ଏହାପରେ ସନ୍ଧ୍ୟା ୬ଟାରେ ସରୟୁ ଆରତୀ ହେବ ଏବଂ ୬ଟା ୧୫ରେ ଦିପୋତ୍ସବର ଶୁଭାରମ୍ଭ କରାଯିବ।

ଏହି ଦିପୋତ୍ସବରେ ସାମିଲ ହେବା ପାଇଁ ଦେଶବ୍ୟାପି ଲୋକ ଅଯୋଧ୍ୟା ଆସିଛନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ଆୟୋଜନରେ ସାମିଲ ହେବା ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟାକୁ ସୀମିତ ରଖିବା ପାଇଁ ଅପିଲ କରିଛନ୍ତି।

Comments are closed.