ହାଫିଜ ସୟିଦକୁ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ: ମାଷ୍ଟର ମାଇଣ୍ଡ ତଥା ଟେରର ଫଣ୍ଡିଂ ମାମଲରେ ଲାହୋର ଜେଲ୍ରେ ଥିବା ହାଫିଜ୍ ସୟିଦ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ପାକିସ୍ତାନର ଆଣ୍ଟି ଟେରୋରିଜମ୍ କୋର୍ଟ ଜମାତ ଉଦ ଦାବାର ମୁଖ୍ୟ ସୟିଦ୍କୁ ସଜା ଶୁଣାଇଛନ୍ତି। ଏହା ପୂର୍ବରୁ ସଇଦର ସହଯୋଗୀ ତଥା ଜମାତ ଉଦ ଦାବାର ପ୍ରବକ୍ତା ୟାହ୍ନା ମୁଜାହିଦକୁ ୩୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ।
ଗତବର୍ଷ ଫେବୃଆରୀରେ କୋର୍ଟ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବା ମାମଲାରେ ସୟିଦ୍କୁ ୧୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୟିଦ୍ ଭାରତରେ ଓ୍ବାଣ୍ଟେଡ୍ ଲିଷ୍ଟରେ ରହିଛି। ଏହି ଆକ୍ରମଣରେ ୧୦ ଆତଙ୍କବାଦୀ ୧୬୬ ନିରୀହ ଲୋକଙ୍କ ଜୀବନ ନେଇଥିଲେ।
ତେବେ ପୂର୍ବରୁ ଆମେରିକା ସୟିଦ୍କୁ ବିଶ୍ବ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା।ହାଫିଜ୍ ସୟିଦ୍କୁ ଜୁଲାଇ ୨୦୧୯ରେ ଗିରଫ କରାଯାଇଥିଲା। ଏବେ ତା ବିରୋଧରେ ୪ଟି ମାମଲା ଚାଲିଛି। ସିଟିଡି ଦ୍ବାରା ଜମାତ ଉଦ ଦାବାର ନେତାଙ୍କ ବିରୋଧରେ ମୋଟ ୪୧ଟି ମାମଲା ରୁଜୁ କରାଯାଇଛି। ସେଥିମଧ୍ୟରୁ ୨୪ ମାମଲାର ଫଇସଲା ହୋଇସାରିଛି। ତେବେ ହାଫିଜ୍ ବିରୋଧରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, ଟଙ୍କା ହେରଫେର, ଜମି କେଳେଙ୍କାରୀ ମାମଲା ଚାଲିଛି ବୋଲି ଜଣାପଡ଼ିଛି।