Odisha Link
Bridging the Missing Links in Odisha

ବିଦ୍ୟୁତ ତାର ଛିଣ୍ଡି ଜଳିଗଲା ଧାନଗଦା

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ସାନଦୋହେଲ ଗାଁରେ ଖଳାରେ ଥିବା ଧାନଗଦା ଜଳିଯାଇଛି। ବିଦ୍ୟୁତ ତାର ଛିଣ୍ଡି ଯିବାରୁ ନିଆଁ ଲାଗି ଯାଇଥିଲା । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳ ଯାଏ ସବୁତକ ପୋଡ଼ି ପାଉଁଶ ହୋଇଯାଇଥିଲା।

ସୂଚନା ଅନୁସାରେ,ଏହି ଗାଁର ଚାଷୀ ଜଗଦୀଶ ଗହୀର ଗୁରୁବାର ସକାଳେ ତାଙ୍କ ଧାନ ଖଳାରେ ମେସିନ ଓ କିଛି ଶ୍ରମିକଙ୍କୁ ନେଇ ଧାନ ମଡ଼େଇବା କାମ କରୁଥିଲେ। ଏହି ସମୟରେ ତାଙ୍କ ଧାନ ଖଳା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହଠାତ୍‌ ଛିଣ୍ଡି ଧାନଖରି ଓ ପାଳଗଦାରେ ପଡ଼ିଥିଲା।

ଜଗଦୀଶଙ୍କ ପରିବାର ସଦସ୍ୟ ଓ ଶ୍ରମିକମାନେ ଅଳ୍ପରେ ରକ୍ଷା ପାଇ ଯାଇଥିଲେ। ହେଲେ ଧାନଖରି ଓ ପାଳଗଦାରେ ନିଆଁ ଲାଗି ଜଳିଯାଇଥିଲା। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀ ଶ୍ରୀ ଗହୀର ଦାବି କରିଛନ୍ତି।

Comments are closed.