Odisha Link
Bridging the Missing Links in Odisha

ଏଣିକି ହେଲମେଟ ନ ପିନ୍ଧିଲେ ଲାଇସେନ୍ସ ବାତିଲ

ଭୁବନେଶ୍ବର: ଆପଣ ହେଲମେଟ ନ ପିନ୍ଧିକି ଗାଡ଼ି ଚଲାଉଛନ୍ତି କି? ଯଦି ହଁ ତାହେଲେ ହେଇ ଯାଆନ୍ତୁ ସାବଧାନ। କାରଣ ଏଣିକି ହେଲମେଟ ନ ପନ୍ଧିଲେ ଆପଣଙ୍କର ଲାଇସେନ୍ସ ବାତିଲ ହେବ। ଏହା ସହିତ ନିୟମକୁ ଆହୁରି କଡାକଡି କରିଛନ୍ତି ରାଜ୍ୟ ସରକାର। ଏଣିକି ହେଲମେଟ ନ ପିନ୍ଧିଲେ ହଜାରେ ଟଙ୍କାର ଜରିମାନା ସହ ୩ ମାସ ପାଇଁ ଲାଇସେନ୍ସ ବାତିଲ ହେବ।

ଆଉ ଏହି ନିୟମକୁ ଆହୁରି କଡାକଡି କରିବାକୁ ପୋଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢୀ। ପୂର୍ବରୁ ନିୟମ ଭାଙ୍ଗିଲେ କେବଳ ଫାଇନ ଆଦାୟ କରାଯାଉଥିବା ବେଳେ ଏବେ ନିୟମ ଭାଙ୍ଗିଲେ ଲାଇସେନ୍ସ ବାତିଲ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ଏହାସହ ୨୦୧୯ରେ ହେଲମେଟ ନ ପିନ୍ଧି ନିୟମ ଭାଙ୍ଗିବା କାରଣରୁ ବାତିଲ ହୋଇଥିବା ଲାଇସେନ୍ସ ବାବଦରେ ଜିଲ୍ଲାୱାରୀ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ୨୦୧୯ରେ ପ୍ରାୟ ୮.୫ ଲକ୍ଷ ଗାଡି ଚାଳକ ହେଲମେଟ ନ ପିନ୍ଧି ନିୟମ ଭାଙ୍ଗିଥିବା ଚିଠିରେ କୁହାଯାଇଛି। ସବୁଠୁ ବଡ କଥା ହେଲା ଗତବର୍ଷ ୧୧୦୬୪ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ସେଥିମଧ୍ୟରୁ ୪୬୮୮ଟି ବାଇକ ଦୁର୍ଘଟଣା ରହିଛି। ଆଉ ଏହି ଦୁର୍ଘଟଣାରେ ପ୍ରାୟ ୨୩୯୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୧୫୬ ଜଣ ହେଲମେଟ ପିନ୍ଧିନଥିବା ଜଣାପଡିଛି। ତେଣୁ ହେଲମେଟର ଗୁରୁତ୍ୱ କଣ ରହିଛି ତାହା ଏହି ତଥ୍ୟରୁ ବେଶ ସ୍ପଷ୍ଟ ଜଣାପଡୁଛି । ତେଣୁ ହେଲମେଟ ପିନ୍ଧିବା ଆଇନକୁ କଡାକଡି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Comments are closed.