Odisha Link
Bridging the Missing Links in Odisha

ପିଓକେରେ ଭାରତର ଏୟାର ଷ୍ଟ୍ରାଇକ୍

ନୂଆଦିଲ୍ଲୀ: ଆଜି ପାକିସ୍ତାନ ଅଧିକୃତ କାଶ୍ମୀରରେ ଭାରତ ଏୟାର ଷ୍ଟ୍ରାଇକ୍ କରିଛି। ପିନ୍‌ ପଏଣ୍ଟ ଷ୍ଟ୍ରାଇକରେ ସୀମା ସେପାଖରେ ଥିବା ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡକୁ ଟାର୍ଗେଟ କରିଛି ଭାରତୀୟ ସେନା।

ପିଓକେରେ ପାକିସ୍ତାନ ସେନା ସମର୍ଥନରେ ଚାଲୁଥିବା ​‌ଭାରତ ବିରୋଧୀ ଆତଙ୍କବାଦ ବିରୋଧରେ ଏହା ବର୍ତ୍ତମାନ ସମୟର ସବୁଠୁ ବଡ଼ ଆକ୍ରମଣ। ଭାରତୀୟ ସେନା ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ୍ତବିଧ୍ୱଂସ୍ତ କରୁଛି। ଫଳରେ ଆତଙ୍କବାଦୀଙ୍କ ଲଞ୍ଚ୍ ପ୍ୟାଡ୍ କେତେ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ତଥାପି ଭାରତୀୟ ସେନା ଜୋରଦାର ଆକ୍ରମଣ କରିଥିବା ଜଣାପଡିଛି। ନାଗରୋଟ୍ ଆକ୍ରମଣ ପରେ ଏହି ଜବାବ ଦେଇଛି ଭାରତୀୟ ସେନା ।

ଜମ୍ମୁ-କାଶ୍ମୀରରେ ଅସ୍ଥିରତା ସୃଷ୍ଟି ଲାଗି ଆଗାମୀ ଶୀତ ଋତୁ ପୂର୍ବରୁ ଆତଙ୍କବାଦୀଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ ଲାଗି ପାକ୍‌ ସେନା ଏବେ ଜୋରଦାର ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଗତ ଦିପାବଳୀଠାରୁ ଭାରତ ସୀମା ସଲଗ୍ନ ଆବାସିକ ଅଞ୍ଚଳକୁ ଏପର୍ଯ୍ୟନ୍ତ ପାକିସ୍ତାନୀ ସେନା ଭାରୀ ଯୁଦ୍ଧାସ୍ତ୍ର ଯୋଗେ ଗୁଳିଗୋଳା ମାଡ କରିଆସୁଛନ୍ତି।

ଫଳରେ ଏଲଓସି ସଲଗ୍ନ ଭାରତରେ ସାଧାରଣ ନାଗରିକଙ୍କ ସମେତ ସେନା ଜବାନ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଚଳିତବର୍ଷ ଏପର୍ଯ୍ୟନ୍ତ ଏଲଓସି ସଲଗ୍ନ ଭାରତରେ ପାକିସ୍ତାନୀ ସେନାଙ୍କ ଆକ୍ରମଣ ଯୋଗୁ ୨୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟ ହୋଇଛି। ଗତ ବର୍ଷ ଏହି ସଂଖ୍ୟା ୧୮ ଥିଲା ବୋଲି ଅଧିକାରୀ ସୂତ୍ରରୁ ଜଣାପଡିଛି।

Comments are closed.