Odisha Link
Bridging the Missing Links in Odisha

ଖୁବ ଶୀଘ୍ର ସମାଧାନ ହେବ ସୀମା ବିବାଦ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ସୀମା ବିବାଦ ନେଇ ଆଜି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ଖୁବ ଶୀଘ୍ର ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ସମାଧାନ ହେବ। ପ୍ରଶାସନିକ ସ୍ତରରେ ଆଲୋଚନା ଜାରି ରହିଛି। ଉଭୟ ରାଜ୍ୟର ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ଭିତରେ ଆଲୋଚନା ହେଉଛି। ଉଭୟ ରାଜ୍ୟର ସ୍ଥାନୀୟ ଲୋକମାନଙ୍କ ସହ ବସି ଆଲୋଚନା କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଛନ୍ତି। ଅନ୍ୟପକ୍ଷରେ ଗୁଗୁଲ ମ୍ୟାପରେ ଆନ୍ଧ୍ର ସୂଚନା ଆସୁଥିବା ଉପରେ ମଧ୍ୟ ବିଚାର କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଛନ୍ତି।

ସୂଚନାଯୋଗ୍ୟ, କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଭିତରେ ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। କୋଟିଆର ବିକାଶ ପାଇଁ ଓଡ଼ିଶା ସରକାର ଅନେକ ଯୋଜନା ହାତକୁ ନେଇଥିଲା ବେଳେ ଓଡ଼ିଶା ସୀମା ଭିତରେ ଥିବା ତଳଗଂଜେଇ ପଦରରେ ଆନ୍ଧ୍ର ପକ୍ଷରୁ ପୋଖରୀ ଖୋଳି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛି।

Comments are closed.