କରୋନା ଟିକା ପାଇଁ ଡାଟାବେଶ ପ୍ରସ୍ତୁତ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନା ଟିକା ପାଇଁ କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। କରୋନା ଟିକା ପାଇଁ ଡାଟାବେଶ ପ୍ରସ୍ତୁତ ହୋଇଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି। ଏଥିସହ ସ୍ୱସ୍ଥ୍ୟ କର୍ମୀ, ବୟସ୍କ ଓ ଗର୍ଭବତୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ।
ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଲୋଚନା କରି ଆମେ ନିଷ୍ପତ୍ତି ନେବୁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ପୂର୍ବରୁ ମଧ୍ୟ କରୋନା ଟିକା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ୬୦ରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ଏବଂ କରୋନା ଯୋଦ୍ଧାମାନଙ୍କୁ ପ୍ରଥମେ କରୋନା ଟିକା ଦିଆଯିବ।