Odisha Link
Bridging the Missing Links in Odisha

ଜଙ୍ଗଲ ରାଜ୍‌ ଚାଲିଛି: ନରସିଂହ

ଭୁବନେଶ୍ବର: ହାଜତ ମୃତ୍ୟୁ ଅଭିଯୋଗ ପ୍ରସଙ୍ଗରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ନରସିଂହ କହିଛନ୍ତି ଯେ, ରାଜ୍ୟରେ ଆଇନ ବ୍ୟବସ୍ଥା ଭୂଶୁଡ଼ି ପଡ଼ିଛି। ଜଙ୍ଗଲ ରାଜ୍‌ ଶାସନ ଚାଲିଛି। ମୁଖ୍ୟମନ୍ତ୍ରୀ ବିଧାନସଭାରେ କି ଭିଡିଓ ପନଫରେନସିଂରେ ଉତ୍ତର ରଖିଲେ ନାହିଁ। ଦୁଇଟି ଜାଗାରେ ଏସ୍‌ପିଙ୍କ ଉପରେ ବିଶ୍ବାସ ନାହିଁ। ତଦନ୍ତ ବାଟବଣା ହେବ। ଉଭୟ ଏସପିଙ୍କର ତୁରନ୍ତ ବଦଳି କରାଯାଉ ବୋଲି ଦାବି କଲେ ନରସିଂହ ମିଶ୍ର।

ସୂଚନାଯୋଗ୍ୟ ଯେ, ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି। ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ହାଇକୋର୍ଟ ଏହି ନୋଟିସ କରିଛନ୍ତି। ଆସନ୍ତା ସୋମବାର ସୁଦ୍ଧା ଏହି ମାମଲାର ସବିଶେଷ ରିପୋର୍ଟ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି। ଏଥିସହ ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ନେଇ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

କାଶ ଯେ, ଗତକାଲି ଅର୍ଥାତ ଗୁରୁବାର ପୁରୀ ଏସପି ଅଖିଳେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, କେ.ରମେଶ ନାମକ ଜଣେ ବ୍ୟକ୍ତି ମାରଣାସ୍ତ୍ର ବୁଲୁଥିବା ଖବର ମିଳିଥିଲା। ତାଙ୍କୁ ଧରିବା ବେଳେ ପୁଲିସ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ଏଥିରେ କେ.ରମେଶ ଆହତ ହୋଇଥିଲେ। ସେଠାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ଅଣାଯାଇଥିଲା।

ତେବେ ହସ୍ପିଟାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାସେଳୀସାହି ଥାନାରେ ଏନେଇ ମାମଲ ରୁଜୁ କରାଯାଇଛି । ତେବେ ଗାଇଡଲାଇନ ଅନୁସାରେ ଘଟଣାର ତଦନ୍ତ ହେବ। ହାଜତ ମୃତୁ୍ୟ ପାଇଁ ଯେଉଁ ଗାଇଡଲାଇନ ଅଛି ତା’ ଅନୁସାରେ ତଦନ୍ତ ହେବ। ଏନଏଚଆରସି ଗାଇଡଲାଇନ ଅନୁସାରେ ଘଟଣାର ତଦନ୍ତ କରାଯିବ ବୋଲି ଏସପି କହିଥିଲେ ।

Comments are closed.