Odisha Link
Bridging the Missing Links in Odisha

ଏଥର ରାଧାପାଦ ଦର୍ଶନ ମନା

ଭୁବନେଶ୍ବର: କୋଭିଡ୍‌ କଟକଣାକୁ ଦୃଷ୍ଟିିରେ ରଖି ଚଳିତବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ରାଧାପାଦ ଦର୍ଶନ ପାଇଁ ମନା କରାଯାଇଛି। ମନ୍ଦିର ବନ୍ଦ ଥିବାରୁ ଦର୍ଶନ ବନ୍ଦ ନେଇ ପୁରୀ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଆସନ୍ତା ୨୩ ତାରିଖରେ ପଡ଼ୁଛି ପବିତ୍ର ଅଁଳା ନବମୀ।

ପ୍ରକାଶ ଯେ, ପ୍ରତିବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଶୀତଦିନେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ଥିବାବେଳେ ଭିଡ଼ ହେଲେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି।

ତେଣୁ ରାଧାପାଦ ଦର୍ଶନ ବନ୍ଦ ରଖାଯିବାକୁ ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି। ସେହିପରି ପ୍ରତିବର୍ଷ କାଳୀପୂଜାରେ ବୀରଗୋବିନ୍ଦପୁରସ୍ଥିତ ଦକ୍ଷିଣ କାଳୀପୀଠରେ ଭକ୍ତଙ୍କ ଭିଡ଼ ହୋଇଥାଏ।

Comments are closed.