ହିମାଚଳର ଏହି ଗାଁରେ ସମସ୍ତେ କରୋନା ଆକ୍ରାନ୍ତ

ମନାଲି: ମହାମାରୀ କରୋନା ଭାଇରସ୍ ସାରା ବିଶ୍ବରରେ ଆତଙ୍କ ରଚିଛି। ଅପରପକ୍ଷେ ମହାମରୀ କରୋନାକୁ ମାତ୍ ଦେବା ପାଇଁ ବହୁ ଦେଶ ଟିକାର ବାହାର କରିବାର କାମରେ ଲାଗିଛନ୍ତି। ଭାରତରେ ଗତ କିଛି ଦିନ ତଳେ କରୋନା ମାମଲା ହ୍ରାସ ପାଇଥିଲେ ମଧ୍ୟ ଏବେ ଏହାର ଦ୍ବିତୀୟ ଲହର ଫେରିଛି। ଦିଲ୍ଲୀ, ମହାରାଷ୍ଟ୍ର, ଅହମ୍ମଦାବାଦ ଆଦି ଅଞ୍ଚଳରେ କରୋନାର ଦ୍ବିତୀୟ ଲହର ଦେଖିବାକୁ ମିଳିଛି। ଏଥିସହିତ ଆଉ ଏକ ଖବର ଆପାଣଙ୍କୁ ସ୍ତବ୍ଧ କରିଦେବ। ଭାରତରେ ଏଭଳି ଏକ ଗାଁ ଅଛି ଯେଉଁଠି ଜଣକୁ ଛାଡ଼ି ସମସ୍ତେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହିମାଚଳ ପ୍ରଦେଶର ଲାହୋଲ ଘାଟିର ଥେରାଙ୍ଗ ଗାଁରେ ମାତ୍ର ଜଣକୁ ଛାଡି ଦେଲେ ବାକି ସମସ୍ତେ କରୋନା ସଂକ୍ରମିତ ହୋଇଛନ୍ତି। ଗାଁର ୫୨ ବର୍ଷୀ ଭୂଷଣ ଠାକୁରଙ୍କୁ ଛାଡି ବାକି ସମସ୍ତ ଲୋକଙ୍କୁ କରୋନା ହୋଇଛି।
ଜନସଂଖ୍ୟା ଓ ସଂକ୍ରମଣ ମାମଲ ଅନୁପାତରେ ଲାହୋଲ ସ୍ପିତି ଘାଟି ରାଜ୍ୟର ସବୁଠାରୁ କରୋନା ପ୍ରଭାବିତ ଜିଲ୍ଲା। କରୋନା ମାମଲା ଯେପରି ଦ୍ରୃତ ଗତିରେ ବୃଦ୍ଧି କାରଣରୁ ପ୍ରଶାସନକୁ ପର୍ଯ୍ୟଟକଙ୍କ ଯାନ ବାହନ ଚଳାଚଳକୁ ମଧ୍ୟ ରୋହତାଙ୍କ ଟନେଲର ଉତ୍ତର ପର୍ଯ୍ୟନ୍ତ ସୀମିତ କରିବାକୁ ପଡିଛି। ମନାଲି-ଲେହ ହାଇଓ୍ବେରେ ଥିବା ଥେରାଙ୍ଗ ଗାଁରେ ଏବେ ମାତ୍ର ୪୨ ଜଣ ବାସିନ୍ଦା ରୁହନ୍ତି, କାରଣ ଅଧିକାଂଶ ଲୋକ ପ୍ରବଳ ଥଣ୍ଡା ଯୋଗୁଁ କୁଲ୍ଳୁ ଯାଇ ସାରିଛନ୍ତି। ଗାଁରେ ପିଲାମାନେ ଗତ କିଛି ଦିନ କରୋନାର ଟେଷ୍ଟ କରିବା ପରେ ଜଣାପଡିଛି ଯେ, ୪୨ ଜଣଙ୍କ ଭିତରୁ ୪୧ ଜଣଙ୍କର ସାମ୍ପଲ ପଜିଟିଭ ଆସିଛି। ମିଳିଥିବା ଖବର ଅନୁସାରେ, କିଛି ଦିନ ତଳେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ସମସ୍ତ ଗାଁ ଲୋକ ଏକାଠି ହୋଇଥିଲେ। ଏହା ଗାଁରେ ଗୋଷ୍ଠୀ ସଂକ୍ରମଣ କରିବାର ମୁଖ୍ୟ କାରଣ ହୋଇଥାଇପାରେ ବୋଲି କୁହାଯାଉଛି।
ପରିବାରର ୫ ଜଣ ଲୋକ ସଂକ୍ରମିତ ହେବାପରେ ବି ଭୂଷଣ କରୋନାରୁ ବଞ୍ଚି ଯାଇଛନ୍ତି। ଏନେଇ ଭୂଷଣ କୁହନ୍ତି, ମୁଁ ଏକ ଅଲଗା ରୁମରେ ରହୁଥିଲି ଓ ଗତ ୪ ଦିନ ଧରି ମୁଁ ନିଜର ଖାଦ୍ୟ ନିଜେ ରାନ୍ଧୁଛି। ଟେଷ୍ଟ ପରିଣାମ ସାମନାକୁ ଆସିବା ପରେ ମୁଁ ପରିବାର ସହିତ ଥିଲି। ତେବେ ମୁଁ ସବୁ ନିମୟକୁ କଡାକଡି ଭାବରେ ପାଳନ କରୁଛି, ଯେପରିକି ହାତ ଧୋଇବା, ଫେସମାସ୍କ ପିନ୍ଧିବା ଓ ସାର୍ବଜନୀନ ସ୍ଥାନରେ ସାମାଜିକ ଦୂରତ୍ବ ବଜାୟ ରଖିବା। ଲୋକମାନେ ଏହି ରୋଗାକୁ ଜମାରୁ ହାଲକାରେ ନିଅନ୍ତୁ ନାହିଁ, କାରଣ ଶୀତ ଦିନ ଆସିଯାଇଛି। ଏବେ ଅଧିକ ସାବଧାନ ରହିବାକୁ ଭୂଷଣ କହିଛନ୍ତି।