Odisha Link
Bridging the Missing Links in Odisha

୨୪ କିଲୋ ୪୦୦ଗ୍ରାମ ଓଜନର ଗଞ୍ଜେଇ ଜବତ

ଫୁଲବାଣୀ: ୨୪ କିଲୋ ୪୦୦ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି ପୁଲିସ । କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅଞ୍ଚଳରୁ ଜବତ କରାଯାଇଥିବାର ଖବର ମିଳିଛି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଚକ୍ରଧର ପାତ୍ର, ପାଟ ମଲ୍ଲିକ ଓ ସରୋଜ କୁମାର ସାହୁ।

ସୂଚନା ଅନୁସାରେ, ତିନିଜଣ ଲୋକ ଏକ ଅଟୋରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ୍ ହାତରେ ଧରାପଡ଼ିଥିଲେ। ସେମାନଙ୍କଠାରୁ ଗଞ୍ଜେଇ ଜବତ କରାଯାଇଥିଲା। ଏହାଛଡ଼ା ଉକ୍ତ ଅଟୋକୁ ଜବତ କରିଛି ପୁଲିସ।

ସେମାନଙ୍କୁ ଗତକାଲି ଗିରଫ କରାଯିବା ପରେ କୋର୍ଟଚାଲାଣ କରାଯାଇଛି। ରାଇକିଆ ଦେଇ ବାରଖାମରୁ ଭୁବନେଶ୍ୱରକୁ ଏହି ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାର ସୂଚନା ମିଳିଛି।

Comments are closed.