Odisha Link
Bridging the Missing Links in Odisha

ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି; ଟ୍ୱିନସିଟିକୁ ରେଡ୍ ଆଲର୍ଟ

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୫ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ସକାଳ ସାଢ଼େ ୮ ସୁଦ୍ଧା ତାପମାତ୍ରା ୩୮ ଟପିଲା। ୩୮.୪ ଡିଗ୍ରୀ ତାପମାତ୍ରା ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତାଟିକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିନସିଟିକୁ ରେଡ୍ ଆଲର୍ଟ ଜାରି କରିଛି। କଟକ ଓ ଭୁବନେଶ୍ୱର ଭୀଷଣ ଗ୍ରୀଷ୍ମ ପ୍ରବାହରୁ ସାବଧାନ ରହିବାକୁ ସତର୍କ ସୂଚନା ଜାରି ହୋଇଛି।

ସେହିଭଳି ତାଳଚେରରେ ୩୭.୮, ବାଲେଶ୍ବରରେ ୩୬.୬, କେନ୍ଦୁଝରରେ ୩୬.୪ ଡିଗ୍ରୀ, କଟକରେ ୩୫.୮, ଭଦ୍ରକ ଓ ରାଉରକେଲାରେ ୩୫ ଡିଗ୍ରୀ, ଭବାନୀପାଟଣାରେ ୩୪.୮, ଭୁବନେଶ୍ବର ଓ ଝାରସୁଗୁଡ଼ାରେ ୩୪.୬, ହୀରାକୁଦରେ ୩୪.୪, ଚାନ୍ଦବାଲିରେ ୩୪.୨, ବଲାଙ୍ଗିରରେ ୩୪ ଡିଗ୍ରୀ, କେନ୍ଦ୍ରାପଡା ଓ ଅନୁଗୁଳରେ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି।

Leave A Reply

Your email address will not be published.