Odisha Link
Bridging the Missing Links in Odisha

ସମଲେଶ୍ବରୀଙ୍କ ଦର୍ଶନ କଲେ ପ୍ରଣବ ପ୍ରକାଶ ଦାସ; ଆଜି ଭରିବେ ନାମାଙ୍କନ

ଓଏଲ୍‌ ବ୍ୟୁରୋ: ବାଜିଛି ନିର୍ବାଚନୀ ବିଗୁଲ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ତେବେ ଏହାରି ମଧ୍ୟରେ ନାମାଙ୍କନ ପର୍ବ ଜାରି ରହିଛି।

ତେବେ ଆଜି ନାମାଙ୍କନ ଭରିବେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ନାମାଙ୍କନ ଭରିବା ପୂର୍ବରୁ ମାଆ ସମଲେଶ୍ବରୀଙ୍କ ଦର୍ଶନ କଲେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ତେବେ ଏଥର ସମ୍ବଲପୁରରେ ବିଜେପି ବିଜେଡି ମଧ୍ୟରେ କଡା ଲଢେଇ ଜାରି ରହିଛି। ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି।

Leave A Reply

Your email address will not be published.