Odisha Link
Bridging the Missing Links in Odisha

ମୁଣ୍ଡ ପିଟିଲେ ତାରା

ଭୁବନେଶ୍ବର: ସ୍କୁଲ୍‌ ବନ୍ଦ ପ୍ରସଙ୍ଗରେ ମୁଣ୍ଡ ପିଟିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ଅପରାହ୍ଣ ଅଧିବେଶନରେ ଗୃହରେ ପ୍ରବଳ ହଟ୍ଟଗୋଳ। ବିରୋଧୀ ଦଳ ପକ୍ଷରୁ ଗୃହରେ ହୋହାଲ୍ଲା ଓ ପାଟିତୁଣ୍ଡ।

ବାଚସ୍ପତିଙ୍କ ସମ୍ମୁଖ ଫାଇଭରରେ ମୁଣ୍ଡ ପିଟିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ୧୦ ମିନିଟ୍‌ ପାଇଁ ଗୃହ ମୁଲତବି କଲେ ବାଚସ୍ପତି।

ଆଜି ଅଧିବେଶନ ଆରମ୍ଭରେ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ସ୍କୁଲ ବନ୍ଦ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲେ। ପାହାଡ଼ିଆ ଅଞ୍ଚଳରେ ସ୍କୁଲ ବନ୍ଦ ହେଲେ ନଦୀ ପାହାଡ଼ ଡେଇଁ ଯିବାକୁ ପଡ଼ିବ। ଫଳରେ ଯେତିକି ପିଲା ଅଛନ୍ତି, ସେମାନେ ଡ୍ରପ ଆଉଟ ହେବେ। ଯିଏ ଏ ନିଷ୍ପତ୍ତି ନେଇଛନ୍ତି ପୁନର୍ବିଚାର କରନ୍ତୁ ବୋଲି ତାରା କହିଥିଲେ।

Comments are closed.