Odisha Link
Bridging the Missing Links in Odisha

ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ମନା

ପୁରୀ: ଆଜି ହେଉଛି ପବିତ୍ର ଅଁଳା ନବମୀ। ପ୍ରତିବର୍ଷ ପୁରୀ ସାକ୍ଷୀଗୋପାଳ ସ୍ଥିତ ଗୋପୀନାଥ ମନ୍ଦିରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୁଏ। ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ରାଧା ପାଦ ଦର୍ଶନ ବନ୍ଦ ହୋଇଛି। ରାଧାପାଦ ଦର୍ଶନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ସାଧାରଣ ଶ୍ରଦ୍ଧାଳୁମାନେ ରାଧାଙ୍କ ପାଦ ଦର୍ଶନ ମନା ହେବା ସହ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି।

ନିୟମ ଅନୁସାରେ ବିନା ଭକ୍ତରେ ମନ୍ଦିରର ନୀତିକାନ୍ତି ଅନୁଷ୍ଠିତ ହେବ। କୋଭିଡ଼ କଟକଣାକୁ ନଜରରେ ରଖି ମନ୍ଦିର ଚାରିପଟ ୨୦୦ ମିଟର ପରିଧିରେ ୧୪୪ ଧାରା ଜାରି ହୋଇଛି। ମନ୍ଦିର ଚାରିପାଖ ସମେତ ଚନ୍ଦନ ପୋଖରୀ ଠାରୁ ସିଦ୍ଧବକୁଳ ମଠ ଯାଏଁ ଗତ ରାତିରୁ ୧୪୪ ଧାରା ଜାରି କରାଯାଇଛି।

ଆସନ୍ତା ବଡ ଏକାଦଶୀ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ ସୂଚନା ଦେଇଛି। ସୁରୁଖୁରୁରେ ନୀତି ସମ୍ପାଦନ ଓ ଭକ୍ତଙ୍କ ଗହଳି ଏଡ଼ାଇବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରଯାଇଛି ।

 

Comments are closed.