Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ସହକାରୀ ଅଧ୍ୟାପକ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଫସିଛନ୍ତି ସହକାରୀ ଅଧ୍ୟାପକ। ଭୁବନେଶ୍ବର ସ୍ଥିତ ଘାଟିକିଆ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ପ୍ରସନ୍ନ କୁମାର ମିଶ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ ଘରେ ଚଢାଉ କରାଯାଇଛି।

ଭୁବନେଶ୍ବର ଖଣ୍ଡଗିରି ବାରୀ ସ୍ଥିତ ବାସଭବନ ପ୍ଲଟ୍ ନଂ-୧୨୧୫/୧୪୦୦ବିରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ‌ ଜାରି ରହିଛି। ଭିଜିଲାନ୍ସ ବିଭାଗର ଏକ ଟିମ୍ ପ୍ରସନ୍ନଙ୍କ ଘର ଛାନଭିନ୍ ଚଳାଇଛି। ଚଢାଉ‌ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଛାନଭିନ୍ ବେଳେ ଆସିଷ୍ଟାଣ୍ଟ ପ୍ରଫେସର ପ୍ରସନ୍ନ କୁମାର ମିଶ୍ରଙ୍କର ଏକାଧିକ ବ୍ୟାଙ୍କରେ ଆକାଉଣ୍ଟ ରହିଥିବା ଜଣାପଡିଛି। ତେବେ ମୋଟ୍ କେତେ ଟଙ୍କା ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Comments are closed.