Odisha Link
Bridging the Missing Links in Odisha

ଏହି ରାଜ୍ୟରେ ପୁଣି ଫେରିପାରେ ଲକ୍‌ଡାଉନ୍‌!

ମୁମ୍ୱାଇ: ପାର୍ବଣ ଋତୁରେ ମହାରାଷ୍ଟ୍ରରେ କରୋନା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ପୁଣିଥରେ ଲକ୍‌ଡାଉନ୍‌ ଲାଗୁ କରାଯାଇପାରେ ବୋଲି ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର କହିଛନ୍ତି।

ଅଜିତ୍‌ ପାୱାର କହିଛନ୍ତି ଯେ, ଦୀପାବଳି ସମୟରେ ଲୋକଙ୍କ ଗହଳି ରହିଥିଲା। ଏହା ସହିତ ଗଣେଶ ଚତୁର୍ଥୀରେ ମଧ୍ୟ ବହୁତ ଭିଡ଼ ଦେଖିବାକୁ ମିଳିଥିଲା। ଯାହାଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କରାଯାଉଛି ଏବଂ ଏହାକୁ ବିଚାର କରାଯାଇ ୮ରୁ ୧୦ ଦିନ ଭିତରେ ପୁଣିଥରେ ଲକ୍‌ଡାଉନ୍‌ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇ ପାରେ ବୋଲି ସେ କହିଛନ୍ତି।

ପୁନଃ ଲକ୍‌ଡାଉନ୍‌ ଲାଗୁ ନେଇ ବିଏମ୍‌ସି (Brihanmumbai Municipal Corporation) କହିଛି ଯେ, ମୁମ୍ୱାଇରେ କରୋନା ସ୍ଥିତି ଆୟତ୍ତରେ ରହିଛି। ପୂର୍ବରୁ ଦୀପାବଳି ଠାରୁ ନୂଆ ବର୍ଷ ପର୍ଯ୍ୟନ୍ତ ମୁମ୍ୱାଇରେ ସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଥିବା ବିଶେଷଜ୍ଞମାନେ କହିଥିଲେ। ଏଥିପାଇଁ ଲୋକଙ୍କୁ ସଜାଗ ରହିବାକୁ କୁହାଯାଇଥିଲା। ତେବେ ଦୀପାବଳିରେ ଅଧିକ ଲୋକଙ୍କ ସମାଗମ ହୋଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କୁହାଯାଉଛି।

Comments are closed.