ଆଶାରାମଙ୍କୁ ଆଶ୍ବସ୍ତି: ଅନୁରୋଧ ସ୍ବୀକାର କଲେ କୋର୍ଟ, ବେଲ ପିଟିସନ୍ ଉପରେ ହେବ ଶୁଣାଣି

ଯୋଧପୁର: ବହୁଦିନ ପରେ ପୁଣିଥରେ ଚର୍ଚ୍ଚାରେ ଆଶାରାମ ବାପୁ। କାରଣ ଯୌନ ଶୋଷଣ ଅଭିଯୋଗରେ ଜେଲରେ ବନ୍ଦିଥିବା ଆଶାରାମ ବାପୁଙ୍କର ବେଲ୍ ପିଟିସନ୍ ଉପରେ ଶୁଣାଣି ପାଇଁ ଯୋଧପୁର କୋର୍ଟ ରାଜି ହୋଇଛନ୍ତି। ଆଶାରାମ କରିଥିବା ଆବେଦନ ଉପରେ ୨୦୨୧ ମସିହା ଜାନୁଆରୀ ତୃତୀୟ ସପ୍ତାହରେ ଶୁଣାଣି ହେବ। ନିକଟରେ ନିଜ ବୟସର ପ୍ରମାଣ ପତ୍ର ଦେଇ ଶୁଣାଣି ପାଇଁ ଅପିଲ୍ କରିଥିଲେ।
ଆଶାରାମ କହିଥିଲେ କି ତାଙ୍କ ଦ୍ବାରା ହୋଇଥିବା ଅପିଲ୍ ଉପରେ ଶୀଘ୍ର ଶୁଣାଣି ହେବା ଉଚିତ୍। ଆଶାରାମଙ୍କର ଅପିଲ୍ ବରିଷ୍ଠ ଓକିଲ ଜଗମାଲ ଚୌଧୁରୀ ଓ ପ୍ରଦୀପ ଚୌଧୁରୀ ଉପସ୍ଥାପନ କରିଥିଲେ। ଆଶାରାମଙ୍କର ପକ୍ଷରୁ ଦାଖଲ ହୋଇଥିବା ଅପିଲରେ ଉଲ୍ଲେେଖ ଥିଲାକି ତାଙ୍କ ବୟସ ୮୦ ବର୍ଷ ଓ ସେ ୨୦୧୩ରୁ ଜେଲରେ ରହି ଆସୁଛନ୍ତି। ଜଷ୍ଟିସ୍ ସନ୍ଦୀପ୍ ମେହେଟା ଓ ରାମେଶ୍ବର ଲାଲ୍ ବ୍ୟାସଙ୍କର ମିଳିତ ଖଣ୍ଡପୀଠ ଆଶାରାମଙ୍କର ଆବେଦନକୁ ସ୍ବୀକାର କରି ନେଇଛନ୍ତି।
ସୂଚନାଥାଉକି, ୨୦୧୩ ମସିହାରେ ଜଣେ ନାବାଳିକା ଯୋଧପୁର ନିକଟ ମନାଇ ଆଶ୍ରମରେ ଆଶାରାମଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ୩୧ ଆଗଷ୍ଟ ୨୦୧୩ରେ ଆସାରାମଙ୍କୁ ମଧ୍ୟ ପ୍ରଦେଶର ଇନ୍ଦୋରରୁ ଗିରଫ କରାଯାଇଥିଲା। ଆଶାରାମଙ୍କ ଉପରେ ପୋସ୍କୋ, ଜୁବେନାଇନଲ ଜଷ୍ଟିସ୍ ଆକ୍ଟ , ଦୁଷ୍କର୍ମ , ଅପରାଧିକ ଷଡ଼ଯନ୍ତ୍ର ଓ ଆହରୁ ଅନେକ ମାମଲାରେ କେସ୍ ରୁଜୁ ହୋଇଛି।
୨୦୧୪ମସିହାରେ ସୁପ୍ରିମ୍ କୋର୍ଟରେ ଆଶାରାମ ବେଲ୍ ପିଟିସନ ଦାଖ କରିଥିଲେ , ହେଲେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଅପ୍ରେଲ ୨୦୧୮ରେ ଯୋଧପୁର ସ୍ପେଶାଲ କୋର୍ଟ ଆଶାରାମଙ୍କୁ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୁକ୍ତ ଭାବେ ପାଇଥିଲେ। କୋର୍ଟ ଆଶାରାମଙ୍କୁ ପୋକ୍ସୋ ଆଇନ୍ ଅନୁସାରେ ଆଜୀବନ କାରାଦଣ୍ଡ ( ମୃତ୍ୟୁ ଯାଏ ) ଓ ୨ଲକ୍ଷ ଟଙ୍କାର ଜୋରିମାନା ଦଣ୍ଡ ଶୁଣାଣି କରିଥିଲେ।