Odisha Link
Bridging the Missing Links in Odisha

ବଡ଼ ବାପାଙ୍କ ଛୁରା ମାଡ଼ରେ ପୁତୁରା ମୃତ

ନୂଆପଡ଼ା: ବଡ଼ ବାପାଙ୍କ ଛୁରା ମାଡ଼ରେ ପୁତୁରା ମୃତ୍ୟୁ ବରଣ କରିଛି। ଏହି ଅଭାବନୀୟ ଘଟଣାଟି ନୂଆପଡ଼ା ଜିଲ୍ଲାର ସିନାପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁଯାୟୀ ଆଜି ସକାଳେ ସିନାପାଲି ଥାନା କୁସୁମଜୋର ଗାଁରେ ଜମିଜମା ବିବାଦକୁ ନେଇ ବଡ଼ବାପା ଓ ପୁତୁରାଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବଡ଼ବାପା ଏକ ଛୁରାରେ ପୁତୁରାଙ୍କୁ ଆକ୍ରମଣ କରିଥିଲେ।

ଫଳରେ ଘଟଣାସ୍ଥଳରେ ହିଁ ପୁତୁରା କିରଣ ରାଉତ (୨୫)ଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଖବର ପାଇ ସିନାପାଲି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି। ଏଣେ ବଡ଼ବାପା ଘେନୁ ରାଉତଙ୍କୁ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି।

Comments are closed.