Odisha Link
Bridging the Missing Links in Odisha

ନେଟଫ୍ଲିକ୍ସର ୨ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ : ନେଟଫ୍ଲିକ୍ସରେ ଅକ୍ଟୋବର ୨୩ତାରିଖରେ ରିଲିଜ ହୋଇଥିବା ସିରିଜର ଏ ସୁଟେବଲ୍ ବୟ’ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଏହି ସିରିଜରେବଲିଉଡ ଅଭିନେତା ଈଶାନ ଖଟ୍ଟର ଏବଂ ଅଭିନେତ୍ରୀ ତବ୍ବୁ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି।

ସିରିଜ ଥିବା ଏକ ସିନ ସୋସିଆଲ ମିଡ଼ିଆ ସହ ମନ୍ତ୍ରୀମଣ୍ଡଳରେ ମଧ୍ୟ ଗରମ ମାହୋଲ ସୃଷ୍ଟି କରିଛି। ବିବାଦରକାରମ ହେଲା ଏଥିରେ ଦର୍ଶାଯାଇଥିବା ତାନ୍ୟା ମାଣିକତଳା ଏବଂ ଦାନିଶ ରଜଭିଙ୍କ ମଧ୍ୟରେ ହୋଇଥିବା କିସିଂ ସିନକୁ ନେଇ ହୋଇଛି। ଦୁହେଁ ମନ୍ଦିରରେ ପରସ୍ପରକୁ କିସ୍ କରୁଛନ୍ତି। ଏହି ସିନର ବ୍ୟାକଗ୍ରାଉଣ୍ଡରେ ଭଜନ ଶୁଣାଯାଉଛି,ଯାହା ପରେ ଟ୍ବିଟରରେ ଏହି ସିନେମାକୁ ନେଇ ଦର୍ଶକେ ଉତ୍ତେଜିତ ହୋଇଥିଲେ।

ନେଟଫ୍ଲିକ୍ସକୁ ବ୍ୟାନ୍ କରିବା ପାଇଁ ମଧ୍ୟ ଦାବି ତେଜ ଧରିଛି। ‘ଏ ସୁଟେବଲ୍ ବୟ’ରେ ଆପତ୍ତିଜନକ ଦୃଶ୍ୟକୁ ନେଇ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସର ୨ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହା ସହିତ ମଧ୍ୟପ୍ରଦେଶର ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା ଗୃହ ଏବଂ ଆଇନ୍ ବିଭାଗର ବୈଠକ ଡାକିଛନ୍ତି।

ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି ଯେ ନେଟଫ୍ଲିକ୍ସ ଓଭର ଦ ଟପ୍ ଓଟିଟି ମିଡିଆ ପ୍ଲାଟଫର୍ମ ଯେଉଁଥିରେ ଆସିଥିବା ଏକ କାର୍ଯ୍ୟକ୍ରମ ‘ଏ ସୁଟେବଲ୍ ବୟ’ରେ ଅତ୍ୟନ୍ତ ଆପତ୍ତିଜନକ ଦୃଶ୍ୟ ରଖାଯାଇଛି ଯାହା ଧର୍ମକୁ ଆଘାତ କରିଛି।

ସେ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଏବିଷୟର ପରୀକ୍ଷଣ କରାଯାଉ ଯେ ଏହି ଦୃଶ୍ୟ ଆଧାର​‌ରେ ନେଟଫ୍ଲିକ୍ସ ଓଟିଟି ପ୍ଲାଟଫର୍ମ ଏବଂ କାର୍ଯ୍ୟକ୍ରମର ନିର୍ମାତା ଏବଂ ନିର୍ଦେଶକଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ।

Comments are closed.