Odisha Link
Bridging the Missing Links in Odisha

ସ୍କୁଲ୍‌ ଓ ବିଶ୍ୱବିଦ୍ୟାଳୟରେ ପଢ଼ାଯିବ ହେବ ସାଇବର ସୁରକ୍ଷା ସଚେତନତା କୋର୍ସ

ନୂଆଦିଲ୍ଲୀ: ‘ନେଟ୍‌ଓ୍ଵାର୍କ ଦୁନିଆ’ରେ ‘ସାଇବର୍‌ ସିକ୍ୟୁରିଟି ଆଓ୍ଵାର୍‌ନେସ୍‌’ ନିତ୍ୟାନ୍ତ ଜରୁରୀ ହୋଇ ପଡ଼ିଛି। ତେଣୁ ବିଶ୍ଵ ବିଦ୍ୟାଳୟ ସ୍ତରରେ ପଢ଼ାଯିବ ସାଇବର ସୁରକ୍ଷା ସଚେତନତା କୋର୍ସ। ସ୍କୁଲ ପାଠ୍ୟକ୍ରମରେ ସାଇବର ସୁରକ୍ଷା ସଚେତନତା କିପରି ପଢ଼ାଯାଇ ପାରିବ, ସେ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ସ୍କୁଲ ପାଠ୍ୟକ୍ରମ ଆରମ୍ଭରେ ଏହାକୁ ରଖାଯିବ। ଏହାର ବିସ୍ତୃତ ପାଠ୍ୟକ୍ରମ ଉଚ୍ଚଶିକ୍ଷା ଓ IITରେ ପଢ଼ାଯିବ।

ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ବି କିପରି ସାଇବର ସୁରକ୍ଷା ସଚେତନ ସମ୍ପର୍କରେ ବିଷୟ ପଢାଯିବ ସେନେଇ ପଦକ୍ଷେପ ନେବାକୁ ସବୁ କୁଳପତିଙ୍କୁ ଚିଠି ଲେଖିଛନ୍ତି ୟୁଜିସି ସଚିବର ଜନିଷ ଜୈନ। ବିଶ୍ୱ ବିଦ୍ୟାଳୟ ଗୁଡିକ ନିଜ ଅନୁମୋଦିତ ଡିଗ୍ରୀ କଲେଜରେ ମଧ୍ୟ ଏହି ପାଠ୍ୟକ୍ରମ ଆରମ୍ଭ କରିପାରିବେ ବୋଲି ଚିଠିରେ ଉଲ୍ଲେଖ ଅଛି।

‘ସାଇବର୍‌ସ୍ପେସ୍‌’ ହେଉଛି ‘ଇନ୍‌ଫର୍ମେସନ୍‌ ଆଣ୍ଡ୍‌ କମ୍ୟୁନିକେସନ୍‌ ଟେକ୍ନୋଲୋଜି’ (ଆସିଟି) ଉପକରଣ ଏବଂ ନେଟ୍‌ଓ୍ଵାର୍କ ସହାୟତାରେ ଚାଲୁଥିବା ଲୋକମାନଙ୍କ ମଧ୍ୟରେ ଭାବ ଆଦାନପ୍ରଦାନ ‘ସଫ୍‌ଟ‌ଓ୍ଵେର୍‌ ଓ ସର୍ଭିସ୍‌’ର ଏକ ଜଟିଳ ବାତାବରଣ। ତେଣୁ, ଏଥିପ୍ରତି ଅନେକ ପ୍ରକାର ଘଟଣା ଦୁର୍ଘଟଣା ରହିଛି। ଏହି ଘଟଣା ଦୁର୍ଘଟଣା ଉଦ୍ଦେଶ୍ୟମୂଳକ, ଆକସ୍ମିକ, ମାନବକୃତ କିଂବା ପ୍ରାକୃତିକ ହୋଇପାରେ।

Comments are closed.