Odisha Link
Bridging the Missing Links in Odisha

ନିଜ ନାମରେ ଅଲୋଡ଼ା ରେକର୍ଡ କଲେ ଚହଲ, ଏହି ସବୁ ଖେଳାଳିଙ୍କ ନାମରେ ବି ରହିଛି ରେକର୍ଡ

ସିଡନୀ: ଗତକାଲି ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ପ୍ରଥମ ଦିନିକିଆ। ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ୬୬ରନରେ ବିଜୟ ହାସଲ କରିଥିଲା। ହେଲେ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ନିଜ ନାମରେ ଏକ ଲଜ୍ଜ୍ୟଜନକ ଓ ଅଲୋଡ଼ା ରେକର୍ଡ କରିଛନ୍ତି। ମ୍ୟାଚ୍‌ର ଗୋଟିଏ ଇନିଂସରେ ସର୍ବାଧିକ ରନ ଦେବାରେ ତୃତୀୟ ଭାରତୀୟ ବୋଲର ହୋଇଛନ୍ତି। ଏଥିସହ ଭାରତୀୟ ସ୍ପିନର ଭାବେ ସର୍ବାଧିକ ରନ ବ୍ୟୟ କରିଛନ୍ତି।

ଏହି ତାଲିକାରେ କେବଳ ବିନୟ କୁମାର ଓ ଭୁବନେଶ୍ଵର କୁମାର ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଚହଲ ୧୦ ଓଭରରେ ୮୯ ରନ ଦେଇ ମାତ୍ର ଗୋଟିଏ ଓ୍ଵିକେଟ୍ ନେଇଛନ୍ତି। ଗତ ବର୍ଷ ମଧ୍ୟ ସେ ସବୁଠୁ ଅଧିକ ରନ ଦେବାରେ ଭାରତୀୟ ସ୍ପିନର ହୋଇଥିଲେ। ବ୍ୟୟବହୁଳ ସ୍ପିନର ତାଲିକାରେ ଚହଲଙ୍କ ପରେ ପୀୟୁଷ ଚାଓ୍ବଲାଙ୍କ ନାମ ରହିଛି। ଚାଓ୍ବଲା ୨୦୦୮ ମସିହାରେ ୧୦ ଓଭରରେ ୮୫ ରନ୍‌ ଦେଇଥିଲେ।

ଭାରତ ପକ୍ଷରୁ ଗୋଟିଏ ଇନିଂସରେ ସର୍ବାଧିକ ବ୍ୟୟବହୁଳ ବୋଲର ହେଉଛନ୍ତି ଭୁବନେଶ୍ଵର କୁମାର। ସେ ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୁମ୍ବାଇ ଖେଳାଯାଇଥିବା ମ୍ୟାଚ୍‌ରେ ୧୦୬ ରନ ଦେଇଥିଲେ। ଦ୍ଵିତୀୟରେ ଥିବା ବିନୟ କୁମାର ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ ଓଭରରେ ୧୦୨ ରନ ଦେଇଥିଲ। ଏଥିସହ ୨୦୧୭ରେ ଭୁବନେଶ୍ଵର କୁମାର ୨୦୧୭ରେ କାନପୁର ମଇଦାନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦ ଓଭରରେ ୯୨ ରନ ଦେଇଥିଲେ।

ଗୋଟିଏ ଇନିଂସରେ ସର୍ବାଧିକ ରନ ଦେବାର ରେକର୍ଡ ଅଷ୍ଟ୍ରେଲିଆ ବୋଲର ମିକ୍ ଲେଭିସ୍‌ଙ୍କ ନାମରେ ରହିଛି। ସେ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦ ଓଭରରେ ୧୧୩ ରନ ଦେଇଥିଲେ। ଲେଭିସ୍ ଏହା ପରଠୁ ଅଷ୍ଟ୍ରେଲିଆ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରିନଥିଲେ। ଏହି ତାଲିକାରେ ଦ୍ଵିତୀୟରେ ରହିଛନ୍ତି ପାକିସ୍ତାନୀ ବୋଲର ଓ୍ଵାହବ ରିୟାଜ। ସେ ଇଂଲଣ୍ଡ ବିପକ୍ଷରେ ୧୧୦ ରନ ବ୍ୟୟ କରିଥିଲେ। ଆଫଗାନିସ୍ତାନ ବୋଲର ରଶିଦ ଖାନ ୧୧୦ ରନ ସହ ତୃତୀୟରେ ରହିଛନ୍ତି।

Comments are closed.