Odisha Link
Bridging the Missing Links in Odisha

କ୍ରିକେଟରଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ

କରାଚୀ: ପାକିସ୍ତାନ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବାବର୍ ଆଜମଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ। ଜଣେ ମହିଳା ବାବର୍‌ଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଦୀର୍ଘ ୧୦ ବର୍ଷ ଧରି ବାବର୍‌ ତାଙ୍କୁ ଯୌନ ଶୋଷଣ କରିଥିବା ମହିଳା ଆରୋପ ଲଗାଇଛନ୍ତି।

ମହିଳା ଜଣକ ଏକ ସାମ୍ବାଦିନ ସମ୍ମିଳନୀ କରି କ୍ରିକେଟର ବାବର୍ ଆଜମଙ୍କ ବିରୋଧରେ ଗମ୍ଭୀର ଆରୋପ ଆଣିଛନ୍ତି। ମହିଳା କହିଛନ୍ତି ଯେ, ବାବର୍ ତାଙ୍କର ସ୍କୁଲ ସାଙ୍ଗ। ୨୦୧୦ରେ ବାବର ତାଙ୍କୁ ବାହାହେବାକୁ ପ୍ରପୋଜ କରିଥିଲେ। ବାବର ବିବାହର ମିଛ ପ୍ରତିଶୃତି ଦେଇଥିଲେ। ତାଙ୍କ ବିରୋଧରେ ଅଭିଯୋଗ କରିବା ପରେ ବାବର ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ବୋଲି ସେ କହିଛନ୍ତି।ଅସୁବିଧା ସମୟରେ ସେ ବାବରଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରିଛନ୍ତି ବୋଲି ମହିଳା କହିଛନ୍ତି।

ପାକିସ୍ତାନୀ ସାମ୍ବାଦିକ ସାଜ ସାଦିକ ନିଜ ଟ୍ୱିଟର ଆକାଉଣ୍ଟରେ ମହିଳାଙ୍କ ସାମ୍ବାଦିକ ସମ୍ମିଳନୀର ଭିଡିଓ ପୋଷ୍ଟ କରିଛନ୍ତି। ବାବର୍ ଆଜମ୍ ମହିଳାଙ୍କୁ ଘରୁ ଫେରାର କରି ଆଣି ଶୋଷଣ କରିବା ସହ ମାରପିଟ୍ କରୁଥିବା ପୀଡିତା ଭିଡିଓରେ କହିଛନ୍ତି।

Comments are closed.