Odisha Link
Bridging the Missing Links in Odisha

ଲାଣ୍ଡମାଇନ ବିସ୍ପୋରଣ: ଜଣେ ଯବାନ ସହୀଦ, ୯ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାର ତାଡମେଟଲା ନିକଟରେ ମାଓବାଦୀଙ୍କ ଦ୍ୱାରା ଲାଣ୍ଡମାଇନ ବିସ୍ପୋରଣ କରାଯାଇଛିା ଲାଣ୍ଡମାଇନ ବିସ୍ପୋରଣରେ ଜଣେ ଯବାନ ସହୀଦ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ, ସୁକୁମା ଜିଲ୍ଲା ଗୁର୍କାପାଲର ୨୦୬ କୋବ୍ରା ବାଟାଲିୟନର ଯବାନମାନେ ଗତକାଲି କୁମ୍ବିଂ ଅପରେସସନ କରିବା ପାଇଁ ତାଡମେଟଲା ଦେଇ ଆଗକୁ ଯାଇଥିଲୋ ମାଓବାଦୀ ମାନେ ଯବାନ ମାନଙ୍କ ଗତିବିଧିକୁ ଅନୁଧ୍ୟାନ କରି ତାଡମେଟଲା ଠାରେ ତିନୋଟି ଲାଣ୍ଡମାଇନ ଖଞ୍ଜିଥିଲ। ପ୍ରାୟ ରାତି ୮.୩୦ ସମୟରେ ଏହି ରାସ୍ତା ଦେଇ ଯବାନମାନେ ଫେରୁଥଇବା ସମୟରେ ମାଓବାଦୀ ମାନେ ଏହି ତିନୋଟି ଲାଣ୍ଡମାଇନକୁ ବିସ୍ପୋରଣ କରିଥିଲେ।

ଘଟଣା ସ୍ଥଳରେ ୨୦୬ କୋବ୍ରା ବାଟାଲିୟନର ଅତିରିକ୍ତ କମାଣ୍ଡେଂଟ ନିତିନ୍ ଭାଲେରାଓ ସହୀଦ ହୋଇଥିବା ବେଳେ ଅନ୍ୟ ୯ ଜଣ ଯବାନ ଗୁରୁତର ଆହତ ହୋଇଥିଲ। ଅନ୍ୟ ଯବାନ ମାନେ ମାଓବାଦୀଙ୍କ ସହ ପାଲଟା ଗୁଳି ଚାଲଣା କରିଥିଲ। ରାତ୍ରି ସମୟ ହୋଇଥିବାରୁ ମାଓବାଦୀମାନେ ଘଞ୍ଚ ଜଙ୍ଗଲ ଭିତରେ ଛତ୍ରଭଙ୍ଗ ହୋଇ ଖସିଯିବାରେ ସକ୍ଷମ ହୋଇଥିଲ। ଆଜି ସକାଳେ ରାୟପୁର ଠାରୁ ବାୟୁସେନାର ଦୁଇଟି ହେଲିକ୍ୟାପ୍ଟର ଯୋଗେ ଜବାନମାନଙ୍କୁ ଚିକିତ୍ସା ନିମନ୍ତେ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଅଞ୍ଚଳରେ ସିଆରପିଏଫ ଓ ଡିଆରଜି ବାହିନୀ ପହଞ୍ଚି କୁମ୍ବିଂ ଅପରେସନକୁ ଜୋରଦାର କରିଥିବା ବସ୍ତର ଆଇ.ଜି. ସୁନ୍ଦର ରାଜ ପି ସୂଚନା ଦେଇଛନ୍ତି।

Comments are closed.