Odisha Link
Bridging the Missing Links in Odisha

କଟକରୁ ପୁଣି ନକଲି ଘିଅ କାରଖାନା ଠାବ

କଟକ: ନକଲି ଖାଦ୍ୟ ସାମଗ୍ରୀ ପେଣ୍ଠସ୍ଥଳ ପାଲଟିଛି କଟକ। ଗତ କିଛି ଦିନ ମଧ୍ୟରେ କଟକରେ ବହୁ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଠାବ କରାଯାଇଛି। ଆଜି ବୟାଳିଶ ମୌଜା ଶ୍ରୀରାମବଜାର ଅଞ୍ଚଳରୁ ପୁଲିସ ଦ୍ୱାରା ନକଲି ଘିଅ କାରଖାନା ଠାବ ହୋଇଛି।

ବହୁ ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଘିଅ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କେମିକାଲ ଓ ଯନ୍ତ୍ରାଂଶ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିବା ସହ ଚଢାଉ ଜାରି ରହିଛି। ଏହାସହ ଗତକାଲି କଟକରୁ ନକଲି ମସଲା ଓ ଘିଅ କାରଖାନା ଠାବ ହୋଇଥିଲା।

Comments are closed.