Odisha Link
Bridging the Missing Links in Odisha

ତୀର୍ଥଯାତ୍ରୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମାରେ ହରିଦ୍ୱାର ମନା

ହରିଦ୍ୱାର: ତୀର୍ଥଯାତ୍ରୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମାରେ ହରିଦ୍ୱାର ମନା। ଗଙ୍ଗା ସ୍ନାନ ପାଇଁ ରବିବାର ଓ ସୋମବାର ଦିନ ହରିଦ୍ୱାର ସୀମା ସିଲ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପବିତ୍ର ଗଙ୍ଗା ସ୍ନାନ ପାଇଁ ହରିଦ୍ୱାରରେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। କିନ୍ତୁ ଏଥର ହରିଦ୍ୱାରରେ ଗଙ୍ଗା ସ୍ନାନ ଉପରେ କଟକଣା କରାଯାଇଛି।

ବାହାର ରାଜ୍ୟରୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ହରିଦ୍ୱାର ସୀମା ୨୯ ଓ ୩୦ ତାରିଖ ପାଇଁ ବନ୍ଦ ରହିବ। କିନ୍ତୁ ସରକାରୀ ବାହାନ, କର୍ମକାଣ୍ଡ, ଆମ୍ବୁଲାନ୍ସ ପାଇଁ ଅନୁମତି ରହିଛି। ହର କି ପୋୖଡି ସହ ଆଖପାଖ ଗଙ୍ଗା ଘାଟରେ ଗଙ୍ଗା ସ୍ନାନ ପାଇଁ ପ୍ରତିବନ୍ଧକ ଲଗାଯାଇଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକ ଲଗାଯାଇଛି। କାର୍ତ୍ତିକ ପୂର୍ଣ୍ଣିମାରେ ଗଙ୍ଗା ସ୍ନାନରଦ୍ଦକୁ ନେଇ ଏସଏସପି କୃଷ୍ଣା ରାଜ କହିଛନ୍ତି ଯେ, ଦୁଇ ଦିନ ହରିଦ୍ୱାର ସୀମାରେ କଡା ପ୍ରତିବନ୍ଧକ ରହିବ। ହରିଦ୍ୱାର ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଫେରାଇ ଦିଆଯିବ। ଯାତ୍ରୀଙ୍କୁ ସୀମାରୁ ଡାଇଭର୍ଟ କରି ଡେରାଡୁନ ପଠାଇ ଦିଆଯିବ।

Comments are closed.