କେଜ୍ରିଓ୍ବାଲ ଗୃହବନ୍ଦୀ! ଟୁଇଟ କରି ସୂଚନା ଦେଲା ଆପ୍

ନୂଆଦିଲ୍ଲୀ: ମଙ୍ଗଳବାର ଦେଶର ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଛି। ଏଥିସହିତ କଂଗ୍ରେସ ସମେତ ଆଉ କିଛି ରାଜନୈତିକ ଦଳ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ଅନ୍ୟପଟେ ଭାରତ ବନ୍ଦ ଡାକରା ଦିନ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ପୁଲିସ ଉପରେ ଅଭିଯୋଗ ଆଣିଛି। ସୋମବାର ଦିନ ସିଂଘୁ ସୀମାନ୍ତରେ ଆନ୍ଦୋଳନରତ କୃଷକମାନଙ୍କୁ ଭେଟିବା ପରଠାରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଗୃହବନ୍ଦୀ କରାଯାଇଛି ବୋଲି ‘ଆପ୍’ ଟୁଇଟ୍ କରି ଦାବି କରିଛି। ତାଙ୍କ ବାସଭବନରୁ କାହାରିକୁ ବାହାରକୁ ଛଡ଼ା ଯାଉନାହିଁ କି, ବାହାରୁ କାହାରିକୁ ତାଙ୍କ ବାସଭବନକୁ ଯିବା ଲାଗି ଅନୁମତି ମିଳୁନାହିଁ।
Delhi Police has put CM Arvind Kejriwal under house arrest ever since he visited farmers at Singhu Border yesterday, tweets Aam Aadmi Party (AAP). pic.twitter.com/VvMEUQaigx
— ANI (@ANI) December 8, 2020
ଆମ ଆଦମୀ ପାର୍ଟିର ଅଭିଯୋଗ ହେଉଛି ଯେ ଦିଲ୍ଲୀ ପୁଲିସ୍ ବିଜେପି ସହାୟତାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଘରେ ହିଁ ନଜରବନ୍ଦୀ କରିଛି। ସିନ୍ଧୁ ବର୍ଡ଼ରରୁ ଫେରିବା ପରେ ଗତକାଲିଠୁ ତାଙ୍କୁ ଗୃହବନ୍ଦୀ କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସମସ୍ତ ବୈଠକ ରଦ୍ଦ କରାଯାଇଛି।
ଅପରପକ୍ଷେ, କେଜ୍ରିୱାଲ୍ଙ୍କୁ ଗୃହବନ୍ଦୀ କରାଯାଇଛି ବୋଲି ‘ଆମ୍ ଆଦ୍ମୀ ପାର୍ଟି’ କରିଥିବା ଦାବିକୁ ଦିଲ୍ଲୀ ପୁଲିସ ଅସ୍ବୀକାର କରିଛି। ଉତ୍ତର ଦିଲ୍ଲୀର ଡିସିପି ଆଣ୍ଟୋ ଆଲ୍ଫୋନ୍ସ୍ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ କରାଯାଇନାହିଁ। ‘ଆପ୍’ ଏବଂ ଅନ୍ୟ କୌଣସି ଦଳଙ୍କ ମଧ୍ୟରେ କୌଣସି ପ୍ରକାର ସଂର୍ଘଷ ଏଡ଼ାଇବାକୁ ପୁଲିସ ମୁତୟନ କରାଯାଇଛି।
Comments are closed.