Odisha Link
Bridging the Missing Links in Odisha

ଖବରକାଗଜ ପିଡିଏଫ୍ ବିତରଣ ବେଆଇନ

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ମଧ୍ୟରେ ଖବରକାଗଜ ଶିଳ୍ପ ଜଗତ କ୍ଷତି ହେଉଛି। ଏପରିକି ଲକ୍‌ଡାଉନ୍‌ ମଧ୍ୟରେ ସୋସିଆଲ ଘୁରି ବୁଲୁଛି ଖବରକାଗଜର ପିଡିଏଫ୍‌। କରୋନା ସମୟରେ ହ୍ବାଟସଅପ୍‌ ଗ୍ରୁପରେ ଦୈନିକ ଖବରକାଗଜ ପିଡଏଫ୍‌ ଫାଇଲ ବହୁଳ ପରିମାଣରେ ସେୟାର ହେବାରେ ଲାଗିଛି। ବର୍ତ୍ତମାନ ପାଠକ ମାନେ ଏହାକୁ ଡାଉନଲୋଡ କରି ପଢ଼ୁଛନ୍ତି। ଯଦି ଆପଣମାନେ ପିଡିଏଫ୍‌ ଡାଉନଲୋଡ କରି ପଢ଼ୁଛନ୍ତି ତାହେଲେ ହେଇ ଯାଆନ୍ତୁ ସାବଧାନ। କାରଣ ଏହା କେବଳ ଅନୈତିକ ନୁହେଁ ବରଂ ବେଆଇନ ମଧ୍ୟ। ଏମିତି କିଛି କହିଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପାଭାନ୍ ଡଗଗଲ୍।

ସେ କହିଛନ୍ତି ଯେ, ଦେଶରେ କରୋନା ଭୂତାଣୁକୁ ନେଇ ଲକଡାଉନ ଜାରି ରହିଥିବାବେଳେ ଖବରକାଗଜ ବିତରଣ ବହୁମାତ୍ରାରେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଖବରକାଗଜଗୁଡ଼ିକର ଇ-ପେପର କପି ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଖବରକାଗଜର ଇ-ପେପରକୁ ଡାଉନଲୋଡ କରି ପିଡିଏଫ ଫର୍ମାଟରେ ହ୍ବାଟ୍ସଆପ୍‌ ଗ୍ରୁପରେ ଶେୟାର କରାଯାଉଥିବାରୁ ଖବରକାଗଜ ସଂସ୍ଥାଗୁଡ଼ିକ କ୍ଷତି ସହୁଛନ୍ତି। ଫଳରେ ଖବରକାଗଜ ଗୁଡ଼ିକର ଆୟ ହ୍ରାସ ପାଉଛି।

ଏ କ୍ଷେତ୍ରରେ ନ୍ୟୁଜପେପର ସଂସ୍ଥାମାନେ ଇ-ପେପର କପି ଡାଉନଲୋଡ କରି ସୋସିଆଲ ମିଡିଆରେ ଶେୟାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ଏବଂ ଜରିମାନା ଆଦାୟ ଭଳି କାର୍ଯ୍ୟାନୁଷ୍ଠାନ ନେଇପାରିବେ। ସମ୍ପୃକ୍ତ ହ୍ବାଟ୍ସଆପ ଗ୍ରୁପ ଏବଂ ଟେଲିଗ୍ରାମ ଗ୍ରୁପର ଆଡମିନିଷ୍ଟ୍ରେଟର ଏଥିପାଇଁ ଦାୟୀ ରହିବେ ବୋଲି କୁହାଯାଇଛି।

Comments are closed.