Odisha Link
Bridging the Missing Links in Odisha

ଜଳିଗଲା ଚଳନ୍ତା ଟ୍ରକ୍‌

ବଲାଙ୍ଗିର: ଆଗ ଚକ ଫାଟିଯିବାରୁ ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଏମିତି ଏକ ଘଟଣା ଘଟିଛି ଖମାର ମୁଣ୍ଡା ଛକରେ।

ପ୍ରକାଶ ଯେ, ବରଗଡରୁ ବଲାଙ୍ଗୀର ଆସୁଥିବା ଖମାର ମୁଣ୍ଡା ଛକରେ ଡାଲି ବୋଝେଇ ଟ୍ରକ୍ ରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡ ଫଳରେ ଟ୍ରକ୍ ଟି ସମ୍ପୂର୍ଣ୍ଣ ପୋଡିଯାଇଛି। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର । ଟ୍ରକ୍ ର ଆଗ ଟାୟାର ଫାଟିଯିବାରୁ ଟ୍ରକ୍ ରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.