Odisha Link
Bridging the Missing Links in Odisha

WHOର ନୂଆ ସିଇଓ ହେଲେ ଅନିଲ ସୋନୀ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତୀୟ ନାଗରିକ ଅନିଲ ସୋନୀଙ୍କୁ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଭାବେ ନିଯୁକ୍ତ କରିଛି। ଅନିଲ ସୋନୀ ଜାନୁଆରୀ ୧ରୁ ନିଜ କାର୍ଯ୍ୟଭାର ଗ୍ରହଣ କରିବେ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ନୂଆ ନିଯୁକ୍ତି ସହ ବୈଶ୍ୱିକ ଫଣ୍ଡ୍ ସଂଗ୍ରହ ବାବଦରେ ମଧ୍ୟ ଘୋଷଣା କରିଛି। ଅନିଲଙ୍କୁ ୨୦୨୩ ଯାଏଁ ୧ ବିଲିୟନ ଡଲାର ସଂଗ୍ରହ କରିବାକୁ ଦାୟିତ୍ୱ ଦିଆଯାଇଛି।

ସଂଗଠନ ୨୦୨୩ ସୁଦ୍ଧା ୧ ବିଲିୟନ ଡଲାରର ଚାନ୍ଦା ପ୍ରାପ୍ତ କରିବା ନେଇ ଲକ୍ଷ୍ୟ ରଖିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ୨୦୨୦ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଫାଇଣ୍ଡେସନ ଆରମ୍ଭ କରିଥିଲା। ସେତେବେଳେ ଅନିଲ ଗ୍ଲୋବାଲ ହେଲଥ୍ କେୟାର କମ୍ପାନୀ ବ୍ୟୋଟ୍ରିସରେ କାମ କରୁଥିଲେ। ସେଠାରେ ତାଙ୍କୁ ଗ୍ଲୋବାଲ ଇନଫେକ୍ସନ ଡିଜିଜର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା।

ଏହାପୂର୍ବରୁ ମଧ୍ୟ ସେ କ୍ଲିଣ୍ଟନ୍ ହେଲଥ୍ ଆକ୍ସେସରେ କାମ କରିସାରିଛନ୍ତି। ଏଠାରେ ସେ ୨୦୦୫ରୁ ୨୦୧୦ ଯାଏଁ କାମ କରୁଥିଲେ। ଏପରିକି ସେ ଏଚଆଇଭି ଚିକିତ୍ସାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।ଅନିଲ ସୋନୀ ଜାନୁଆରୀ ୧ରୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ତାଙ୍କର ଫୋକସ୍ ରହିବ ଯେ, କିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟା ଓ ସାଧାରଣ ଲୋକଙ୍କ ଫାଇଦା ପାଇପାରିବେ।

Comments are closed.