ଆଜି ୧୨ ଘଣ୍ଟିଆ ଭଦ୍ରକ ସହର ବନ୍ଦ

ଭଦ୍ରକ: ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ। ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଏହି ଡାକରା ଦେଇଛି କଂଗ୍ରେସ। ଭଦ୍ରକରେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଛି। ସୁରକ୍ଷାଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଜିଲ୍ଲାରେ ମୁଖ୍ୟ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଜିଲ୍ଲା କଂଗ୍ରେସ ଆଜି ଭଦ୍ରକ ସହରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପୂରା ଠପ୍ ହୋଇଛି।
ଏଥିସହ କରୋନା ଆଳରେ ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେବା ଓ ସାଧାରଣ ରୋଗୀଙ୍କୁ ବି କଟକ ରେଫର୍ କରିବା ଏକ ନିତିଦିନିଆ ଘଟଣା ପାଲଟି ଯାଇଛି। ଭଦ୍ରକ ମେଡିକାଲରେ ଭେଣ୍ଟିଲେଟର ଥିଲେ ମଧ୍ୟ ତାହା କାର୍ଯ୍ୟ କରୁନାହିଁ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।