Odisha Link
Bridging the Missing Links in Odisha

ଧଳସାମନ୍ତଙ୍କ ଘରେ ଚଢ଼ାଉ, ୮ ବନ୍ଧୁକ ଓ ୫୦୦ ଗୁଳି ଜବତ

କଟକ: ଆଜି ସନ୍ଧ୍ୟାରେ କୁଖ୍ୟାତ ଅପରାଧୀ ଧଳସାମନ୍ତଙ୍କ ସିଡିଏସ୍ଥିତ ଘର ଉପରେ କମିସନରେଟ ପୁଲିସ ଚଢ଼ାଉ କରିଛି। ଚଢ଼ାଉ ସମୟରେ ପୁଲିସ ୮ଟି ବନ୍ଧୁକ ଓ ୫୦୦ଟି ଗୁଳି ଜବତ କରିଛି। ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଡି’ ବ୍ରଦର୍ସଙ୍କ ଘରୁ ୫୦୦ ରାଉଣ୍ଡ ଗୁଳି ଓ ୮ଟି ବନ୍ଧୁକ ଜବତ ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଗୁଳିଗୁଡ଼ିକ ଏକ ସିଲ୍‌ ବାକ୍ସ ଭିତରେ ଥିଲା ବୋଲି ସେ କହିଛନ୍ତି। ଏଥି ସହିତ ପୁଲିସ ଏକାଧିକ ମୋବାଇଲ ମଧ୍ୟ ଜବତ କରିଛି। ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ପଚରାଉଚରା ସମୟରେ ଧଳବ୍ରଦର୍ସ’ଙ୍କ ଘରେ ବିପୁଳ ପରିମାଣରେ ଗୁଳି ଓ ବନ୍ଧୁକ ଥିବା ପୁଲିସକୁ ସୂଚନା ମିଳିଥିଲା ଏବଂ ଏହି ଆଧାରରେ ଅତର୍କିତ ଚଢ଼ାଉ କରାଯାଇଥିଲା।

ପ୍ରକାଶ ଯେ, କୁଖ୍ୟାତ ଅପରାଧୀ ଧଳସାମନ୍ତ ଧଳସାମନ୍ତଙ୍କ ନାମରେ ବିଭିନ୍ନ ଥାନାରେ ହତ୍ୟା, ଲୁଟପାଟ ଓ ବଟି ଆଦାୟ ଭଳି ମାମଲା ରହିଛି। ଏହା ପୂର୍ବରୁ ଧଳସାମନ୍ତଙ୍କ ବହୁ ସହଯୋଗୀଙ୍କୁ ଗିରଫ କରିଯାଇଛି। ଗତ ଅଗଷ୍ଟ ମାସରେ ଦୁଇ ସହଯୋଗୀ ଗିରଫ ହୋଇଥିବାବେଳେ ଦୁଇଜଣ ଅପରାଧିଙ୍କୁ ଦାଦାବଟି ମାଗିବା ସହ ଧଳସାମନ୍ତ ଗ୍ୟାଙ୍ଗରେ ସାମିଲ ହେବାକୁ ଯୁବକଙ୍କୁ ପ୍ରବର୍ତ୍ତାଉଥିଲେ। ଗିରଫ ଅଭିଯୁକ୍ତଙ୍କ ନିକଟରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା।

Comments are closed.