Odisha Link
Bridging the Missing Links in Odisha

ଏଟିଏମ ଭାଙ୍ଗି ୨୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ଢେଙ୍କାନାଳ: ଏସବିଆଇ ଏଟିଏମ ଭାଙ୍ଗି ୨୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକରେ। ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ରହିଥିବା ଏହି ଏଟିଏମକୁ ଗତ ରାତ୍ରିରେ ଭାଙ୍ଗି ଦୁର୍ବୁତ୍ତ ମାନେ ଲୁଟ୍ କରିଛନ୍ତି।

ଖବର ପାଇ ମୋଟଙ୍ଗା ପୁଲିସ ଓ ଢେଙ୍କାନାଳ ଏସପି ଦାୟିତ୍ୱରେ ଥିବା ଅନୁଗୁଳ ଏସପି ଜଗମୋହନ ମିନା ଘଟଣା ସ୍ଥଳରେ ପହଁଞ୍ଚି ଯାଞ୍ଚ କରିଛନ୍ତି। ଅନୁସନ୍ଧାନୀ କୁକୁର ଓ ଫରଣସିକ ଟିମ ମାଧ୍ୟମରେ ଛାନ ଭିନ ଚାଲିଛି। ତେବେ ଲୁଟେରାମାନେ ଏହି ଏଟିଏମରୁ ୨୬ଲକ୍ଷ ଟଙ୍କା ଲୁଟିନେଇଥିବା ଜଣାପଡିଛି।

Comments are closed.