Odisha Link
Bridging the Missing Links in Odisha

ବିଜୟ ଦିବସ ଅବସରରେ ବିଜୟ ଜ୍ୟୋତି ଯାତ୍ରାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ-ପାକ୍ ଯୁଦ୍ଧକୁ ବିତିଛି ୫୦ ବର୍ଷ। ୧୯୭୧ ମସିହା ଏହି ଯୁଦ୍ଧରେ ବିଶ୍ୱ ମାନଚିତ୍ରରେ ବାଲାଂଦେଶ ନାମକ ଏକ ଦେଶ ଜନ୍ମ ନେଇଥିଲା। ଏହି ଯୁଦ୍ଧରେ ପାକିସ୍ତାନକୁ ବୃଦ୍ଧି ଶିଖାଇଥିଲା ଭାରତ। ଯୁଦ୍ଧରେ ଶୋଚନୀୟ ପରାଜୟ ବରଣ କରିଥିଲା ଇସଲାମାବାଦ। ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତ ଆଗରେ ଆତ୍ମସମର୍ପଣ କରିଥିଲେ। ଏହି ଯୁଦ୍ଧକୁ ପୂରିଛି ୫୦ ବର୍ଷ।

ଏଥିପାଇଁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀର ନ୍ୟାସନାଲ ୱାର ମୋମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ଏହା ସହ ସେ ୪ ସ୍ୱର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ୱଳିତ କରିବେ। ଏହି ମଶାଲ ଦେଶର ବିଭିନ୍ନ ସ୍ଥାନ ପରିକ୍ରମା କରିବ। ୧୯୭୧ ଯୁଦ୍ଧ ପରେ ପରମବୀର ଚକ୍ର ଓ ମହାବୀର ଚକ୍ର ପାଇଥିବା ସୈନ୍ୟଙ୍କ ଗାଁକୁ ବି ଏହି ମଶାଲ ଶୋଭାଯାତ୍ରା ଯିବ।

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ଅନେକ ରେକର୍ଡର ମୁକସାକ୍ଷୀ ପାଲଟିଥିଲା। ଯୁଦ୍ଧ ହାରିବା ପରେ ପାକିସ୍ତାନର ୯୩ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ଦେଶର ଏତେ ସଂଖ୍ୟକ ସୈନ୍ୟଙ୍କ ଆତ୍ମସମର୍ପଣ ବିରଳ ଥିଲା। ଯୁଦ୍ଧର ଆରମ୍ଭ ୩ ଡିସେମ୍ବର ୧୯୭୧ରେ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିଥିଲା । ଏହି ଯୁଦ୍ଧକୁ ଫଲ ଅଫ ଢାକା ବି କୁହାଯାଇଥାଏ।

Comments are closed.