ରାସ୍ତା କଡ଼ରୁ ହଟିବ ପୁରୁଣା ଗାଡ଼ି

ଭୁବନେଶ୍ୱର: ରାଜଧାନୀ ରାସ୍ତା କଡ଼ରୁ ପୁରୁଣା ଗାଡ଼ିର ହଟାଇବାକୁ ନିର୍ଦ୍ଦେଶ। ଏନେଇ ବାରମ୍ବାର ଅଭିଯୋଗ ପରେ ଏବେ ଚେତା ପ୍ରଶାସନର ଚେତା ପଶିଛି। ରାଜଧାନୀ ରାସ୍ତା କଡ଼ରୁ ପୁରୁଣା ଗାଡ଼ି ଗୁଡ଼ିକୁ ହଟାଇବା ପାଇଁ ଆଜିଠୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ଟ୍ରାଫିକ।
ଭୁବନେଶ୍ୱରର ବରମୁଣ୍ଡା, ରସୁଲଗଡ ଏବଂ କଳ୍ପନାରେ ଆଜି ଟ୍ରାଫିକ ପକ୍ଷରୁ ଗାଡି ଗୁଡିକୁ ଉଠାଯାଇଛି ଟ୍ରାଫିକ ସମସ୍ୟା ଏବଂ ଦୁର୍ଘଟଣା ଯୋଗୁଁ ବାରମ୍ବାର ଅଭିଯୋଗ ପରେ ଆଜି କାର୍ଯ୍ୟାନୁଷ୍ଠାନ ନେଇ ଡ୍ରାଇଭ ଆରମ୍ଭ ହୋଇଛି। ତେବେ ଆଗକୁ ଭୁବନେଶ୍ୱରର ସମସ୍ତ ଅଞ୍ଚଳରେ ଏହି ଡ୍ରାଇଭ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର।