Odisha Link
Bridging the Missing Links in Odisha

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର: ଆଇପିଏସସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୧୯ ଜଣ ଆଇପିଏସ୍ ଓ ଜଣେ ଓପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ବରିଷ୍ଠ ପୁଲିସ ଅଧିକାରୀ ନରସିଂହ ଭୋଳଙ୍କୁ ସମ୍ବଲପୁର ଆଇଜି ନିଯୁକ୍ତି ଦିଆଯାଇଛି। ତାଳଚେର ଏସଡ଼ିପିଓ ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ ଏସପି ଦାୟିତ୍ବ ମଳିଛି ଓ ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ମୁଖ୍ୟାଳୟ ଏଆଇଜି ଭାବରେ ବଦଳି କରାଯାଇଛି।

ସେହିପରି ଭଦ୍ରକ ଏସପି ପଣ୍ଡିତ ରାଜେଶ ଉତ୍ତମ ରାଓ କୋରାପୁଟ ଡ଼ିଆଇଜି ଭାବରେ ବଦଳି ହୋଇଥିବାବେଳେ ସାଫ୍ରିନ ଅହମ୍ମଦ ଖାଁଙ୍କୁ ବୈଷୟିକ ଡ଼ିଆଇଜି ନିଯୁକ୍ତି ଦିଆଯାଇଛି। ରାୟଗଡ଼ା ଏସପି ଏମ.ବିବେକଙ୍କୁ କଳାହାଣ୍ଡି ଏସପି ଦାୟିତ୍ବ ମିଳିଥିବା ବେଳେ ନବରଙ୍ଗପୁର ଏସପି କେ.ଏନ୍.ଡ଼ୁଗୁଡ଼ୁଙ୍କୁ ବଲାଙ୍ଗୀର ଏସପି ଦାୟିତ୍ବ ମଳିଛି। ବିବେକାନନ୍ଦ ଶର୍ମାଙ୍କୁ ରାୟଗଡ଼ା ଏସପି। ଜୟପୁର ଏସଡ଼ିପିଓ ଭି.ଗୁଣ୍ଟୁପାଲିଙ୍କୁ କୋରାପୁଟ ଏସପି ଭାବରେ ନିଯୁକ୍ତି ଦିଆଯାଇଛି। ରାଉରକେଲା ଏସପି ଶିବା ସୁବ୍ରମଣିଙ୍କୁ ଢ଼େଙ୍କାନାଳ ବଦଳି କରାଯାଇଛି।

ଏଥିସହ ଝାରସୁଗୁଡ଼ା ଏସପି ରାହୁଲ ପିଆର୍ ହେବେ ଯାଜପୁର ଏସପି ନିଯୁକ୍ତ ହୋଇଛନ୍ତି। ବଲାଙ୍ଗୀର ଏସପି ଏମ ସନ୍ଦିପ ସମ୍ପଦଙ୍କୁ କେନ୍ଦ୍ରାପଡ଼ା ଏସପି ଦାୟିତ୍ବ ମଳିଛି। କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କୁ ରାଉରକେଲା ଏସପି ଭାବରେ ନିଯୁକ୍ତି ଦିଆଯାଇଛି। ୨୦୦୯ ବ୍ୟାଚ ଆଇପିଏସ୍ ଅଖିଳେଶ୍ବର ସିଂହଙ୍କୁ ଏସଓଜି କମାଣ୍ଡାଣ୍ଟ ଭାବରେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିଥିବା ସତ୍ୟଜିତ ନାୟକଙ୍କୁ କମ୍ପ୍ୟୁଟର ଏସପି ଓ ଭଦ୍ରକ ଅତିରିକ୍ତ ଏସପି ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗୁଡ଼ାର ଭାରପ୍ରାପ୍ତ ଏସପି ଭାବରେ ନିଯୁକ୍ତି ମିଳିଛି। ମାଲକାନଗିରି ଏସଡ଼ିପିଓ ପ୍ରହ୍ଲାଦ ସହାୟ ମୀନା ନବରଙ୍ଗପୁର ଏସପି ଭାବରେ ବଦଳି ହୋଇଛନ୍ତି।

 

Comments are closed.