Odisha Link
Bridging the Missing Links in Odisha

ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର: ଆଜି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ବସିଛି। ବୈଠକରେ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ନେତୃମଣ୍ଡଳୀ ଉପସ୍ଥିତ ରହିଛନ୍ତି। ଏହି ସମାବେଶରେ ବିଭିନ୍ନ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖାଯାଇଛି।

ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦, ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହା ବିଶ୍ୱ ବିଦ୍ୟାଳୟ ସ୍ତରରେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ଦୁର୍ନୀତି, ପ୍ରିୟାପ୍ରିତୀ ତୋଷଣ ଦୂରିକରଣ ତଥା ରାଜନୈତିକରଣକୁ ଦୂରେଇ ଉପଯୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଇ ପାରିବ। ତେଣୁ ଏଭଳି ଆଇନ୍ ଆଣିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛି ବିଜୁ ଛାତ୍ର ଜନତା ଦଳ।

ଏହାସହ ଏହି କାର୍ଯ୍ୟକାରୀଣୀ ବୈଠକରେ ବିଜୁ ଛାତ୍ର ଜନତା ଦଳର ଡାଟାବେସ୍ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଆଗତ କରିଛନ୍ତି ବିଜୁ ଛାତ୍ର ଜନତା ଦଳ କଟକ ଜିଲ୍ଲାର ସାଧାରଣ ସଂପାଦକ ସନ୍ତୋଷ ମହାପାତ୍ର। ବୈଠକରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଅଛନ୍ତି। ବିଜୁ ଛାତ୍ର ଜନତା ଦଳରେ ସାମିଲ ହୋଇଥିବା ସମସ୍ତ ସଦସ୍ୟ ନବୀନଙ୍କ ନୀତି, ଆଦର୍ଶ ଓ ଭିଜନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଣବ ପ୍ରକାଶ ଦାସ।

Comments are closed.