ରାଜଧାନୀରୁ ଜବତ ହେଲା ୪୦ଟି ଦାମୀ ମୋବାଇଲ୍

ଭୁବନେଶ୍ୱର: ରାଜଧାନୀରୁ ଗିରଫ ହୋଇଛନ୍ତି ମୋବାଇଲ ଲୁଟେରା। କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ସହିଦନଗର ପୋଲିସ ଏହି ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନୀର ୪୦ଟି ଦାମୀ ମୋବାଇଲ୍ ଫୋନ୍ ଜବତ ହୋଇଛି। ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ରାଜଧାନୀରେ ମୋବାଇଲ୍ ଲୁଟେରା ସଂକ୍ରିୟ ରହିଛନ୍ତି। ଯାହାକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ, କିପରି ଏହି ମୋବାଇଲ୍ ଲୁଟେରାକୁ କାବୁ କରାଯିବ। ସେନେଇ ଯୋଜନା ପ୍ରସ୍ତୁତ କରିଥିଲା କମିଶନରେଟ୍ ପୋଲିସ।
ଶେଷରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ସହିଦନଗର ପୋଲିସ ଏହି ମୋବାଇଲ୍ ଲୁଟେରାକୁ ଗିରଫ କରିଛି। ଲୁଟେରାକୁ ଗିରଫ କରିବା ସହିତ ବିଭିନ୍ନ କମ୍ପାନୀର ୪୦ଟି ଦାମୀ ମୋବାଇଲ୍ ଜବତ କରିଛି।